ଓଡିଶା

odisha

ETV Bharat / bharat

କୋରୋନାକୁ ହରାଇଲେ ଦୁବାଇ ଫେରନ୍ତା ଯୁବକ, ସ୍ବାସ୍ଥ୍ୟକର୍ମୀଙ୍କୁ ଦେଲେ ଧନ୍ୟବାଦ

କୋରୋନାକୁ ହରାଇ ଜୀବନ ଯୁଦ୍ଧରେ ଜିତିଥିବା ଏହି ଯୁବକ ଜଣକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ତାଙ୍କୁ ଅନ୍ୟ କୋରୋନା ଆକ୍ରାନ୍ତମାନେ ମୁହଁରେ ମାସ୍କ ଲଗାଇ ତାଳି ମାରି ବିଦାୟ ଦେଇଥିଲେ । କିନ୍ତୁ ଯୁବକ ଜଣକ ଯିବା ପୂର୍ବରୁ ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ ସେବା । ସବୁପାଇଁ ଧନ୍ୟବାଦ ଦେବାକୁ ଭୁଲି ନଥିଲେ ।

discharged from COVID-19 ward
କୋରୋନାକୁ ହରାଇଲେ ଦୁବାଇ ଫେରନ୍ତା ଯୁବକ

By

Published : Apr 5, 2020, 12:34 PM IST

କାସରଗୋଡ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲୁଛି । ଆଉ ଏଭଳି ପରିସ୍ଥିତିରେ 77 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 282 ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମାତ୍ର ଏହାରି ଭିତରେ ଦେବଦୂତ ସାଜିଥିବା ଡାକ୍ତର ଓ ସେବାକର୍ମୀଙ୍କ ସେବା ଓ ନିଷ୍ଠାକୁ ଜଣେ କୋରୋନା ଆକ୍ରାନ୍ତ ଯୁବକ ସୁସ୍ଥ ହୋଇ ମେଡିକାଲରୁ ଯିବା ସମୟରେ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି ।

କୋରୋନାକୁ ହରାଇଲେ ଦୁବାଇ ଫେରନ୍ତା ଯୁବକ

ଫିକା ନୀଳ ରଙ୍ଗର ଲୁଙ୍ଗି ଓ ହାତରେ ଏକ ହଳଦିଆ ରଙ୍ଗର ବ୍ୟାଗ ଧରିଥିବା ଯୁବକ ଜଣକ ହେଲେ ସୈହେଲ । ଯାହାକୁ ଉଭୟ ପାର୍ଶ୍ବରେ ମୁହଁରେ ଲଗାଇଥିବା ମାସ୍କ ପିନ୍ଧା କିଛି ଯୁବକ ଠିଆ ହୋଇ , ତାଳି ମାରି ଖୁସୀରେ ତାଙ୍କୁ ବିଦାୟ ଦେଉଛନ୍ତି । ଭିଡିଓରେ ଦେଖାଯାଉଥିବା ଏହି ହସ୍ପିଟାଲଟି ହେଲା କେରଳର କାସରଗୋଡା ଜେନେରାଲ ହସ୍ପିଟାଲର । ଯେଉଁଠି ଶନିବାର ସକାଳୁ ସୈହେଲଙ୍କ ସହ ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ହସ୍ପିଟାଲରୁ ଡାସଚାର୍ଜ ହେବା ବେଳେ ବିଦାୟ ଦେବାର ଦୃଶ୍ୟ ।

ଏହି ଯୁବକ 2ଜଣ ଗତ 12ଦିନ ପୂର୍ବରୁ ଦୁନିଆର ସବୁଠୁ ଧନୀ ଓ ବ୍ୟସ୍ତବହୁଳ ବାଣିଜ୍ୟିକ କେନ୍ଦ୍ର ମଧ୍ୟରୁ ଗୋଟିଏ କୁହାଯାଉଥିବା ଦୁବାଇରୁ କେରଳ ଫେରିଥିଲେ । ଯାହାପରେ ତାଙ୍କୁ କାସରଗୋଡା ହସ୍ପିଟାଲରେ କୋରୋନା ସଂକ୍ରମଣ ଆଶଙ୍କାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର କେରଳର ଅନେକ ଜିଲ୍ଲାରେ କାମ କରୁଥିବା ଦୁବାଇ ଯାଇଥାନ୍ତି । ସେମାନଙ୍କ ମଧ୍ୟରୁ କାସରଗୋଡା ଜିଲ୍ଲାରୁ ଅନେକ ଦୁବାଇ ଫେରନ୍ତା ଯୁବକଙ୍କ କ୍ଷେତ୍ରରେ କୋରୋନା ଭାଇରସ ପଜେଟିଭ ମାମଲା ସାମ୍ନାକୁ ଆସିଛି

ମାତ୍ର 20 ଫେବୃଆରୀ ପରେ ଦୁବାଇରୁ ଫେରିଥିବା ସମସ୍ତ ଲୋକଙ୍କୁ ନିକଟତର ସାର୍ବଜନୀନ ସ୍ବାସ୍ଥ୍ୟକେନ୍ଦ୍ରକୁ ଏବାବଦରେ ତଥ୍ୟ ଦେବାକୁ କେରଳ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଦେଇଥିଲେ । ଭିଡିଓରେ ଦେଖାଯାଉଥିବା 2ଡର୍ଜନରୁ ଅଧିକ କୋଭିଡ-19 ଆକ୍ରାନ୍ତ ମାନେ ସୈହେଲକୁ ବିଦାୟ ଦେବାକୁ ମେଡିକାଲର ଉଭୟ ପାର୍ଶ୍ବରେ ଛିଡା ହୋଇ ବିଦାୟ ଦେଉଥିବାବେଳେ ସୈହେଲ କିନ୍ତୁ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି ।

ସେ ହସ୍ପିଟାଲରେ ଥିବା ସମୟରେ ହସ୍ପିଟାଲର ସ୍ବାସ୍ଥ୍ୟକର୍ମୀଙ୍କ ସମସ୍ତ ସହଯୋଗରେ ସେ ଆଜି କୋରୋନାକୁ ହରାଇ ପୁଣି ନୂଆ ଜୀବନ ପାଇଛନ୍ତି । ସେଥିପାଇଁ ସେ ଯିବା ସମୟରେ ସବୁକିଛି ପାଇଁ ସମସ୍ତ ହସ୍ପିଟାଲ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details