ହାଇଦ୍ରାବାଦ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଇନ୍ଧନ । ଏକଥା ଆମେ କହୁନୁ ହାଇଦ୍ରାବାଦ ଜଣେ ଇଞ୍ଜିନିୟର ଏଭଳି ଦାବି କରିଛନ୍ତି । ସାରା ଦେଶ ପ୍ଲାଷ୍ଟିକ ବିରୋଧରେ ଲଢେଇ ଜାରି ରଖିଥିବାବେଳେ ସେମାନଙ୍କ ମଧ୍ୟରୁ ସତିଶ କୁମାର ଅନ୍ୟତମ । ଯିଏ କି ଇନ୍ଧନ ପ୍ରସ୍ତୁତି ପାଇଁ ବ୍ୟବହାର କରୁଛନ୍ତି ପ୍ଲାଷ୍ଟିକର ବର୍ଜ୍ୟବସ୍ତୁ । ଯାହାକି ପୁନଃ ବିନିଯୋଗ ହୋଇପାରିବ ନାହିଁ ।
3ଟି ଇଞ୍ଜିନିୟରିଂ ପକ୍ରିୟା ଦେଇ ପ୍ଲାଷ୍ଟିକରୁ ଇନ୍ଧନ ପ୍ରସ୍ତୁତ କରୁଛନ୍ତି ସତିଶ । ପ୍ରଥମେ ଭ୍ୟାକ୍ୟୁମ କଣ୍ଡିସନରେ ପ୍ଲାଷ୍ଟିକକୁ ଉତ୍ତପ୍ତ କରାଯାଏ । ଏହାପରେ ଡି-ପୋଲିମରାଇଜଟ ପରେ ଗ୍ୟାସିଫାଏଡ କରାଯାଏ । ଏଥିରୁ ହିଁ ଉତ୍ପନ୍ନ ହୁଏ ଡିଜେଲ, ବିମାନର ଇନ୍ଧନ ଓ ପେଟ୍ରୋଲ । ଉପରୋକ୍ତ 3ଟି ପ୍ରକ୍ରିୟାରେ ଦହନଶୀଳ ଉତ୍ତପ୍ତ ତରଳ ପଦାର୍ଥ ଉତ୍ପାଦନ ହୋଇଥାଏ । ଏହା ପ୍ଲାଷ୍ଟିକ ପାୟୋରିଲିସ ଠାରୁ ଭିନ୍ନ । ଏପରିକି ଏହି ପ୍ରକ୍ରିୟାରେ କୌଣସି ବର୍ଜ୍ୟବସ୍ତୁ ନିର୍ଗତ ହୋଇନଥାଏ । ଏହି ପ୍ରକ୍ରିୟାରେ ଉତ୍ପନ୍ନ ଗ୍ୟାସକୁ ଜେନେରେଟରରେ ବ୍ୟବହାର କରାଯିବା ସହ ନିର୍ଗତ ବର୍ଜ୍ୟବସ୍ତୁ କ୍ଷେତରେ ବ୍ୟବହାର କରାଯାଇଥାଏ ।