ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ କଂଗ୍ରେସରେ ଫାଟ ! ହାଇକମାଣ୍ଡଙ୍କ ଉପରେ ପ୍ରଶ୍ନ ଉଠାଇଲେ ସିଦ୍ଧରମୈୟା - siddaramaiah

ଗତ ଲୋକସଭା ନିର୍ବାଚନରେ ​​ଜେଡିଏସ ସହ ହୋଇଥିବା ସମ୍ପର୍କକୁ ବିରୋଧ କରିବା ସତ୍ବେ ଦଳର ହାଇକମାଣ୍ଡ ତାଙ୍କ କଥା ଶୁଣିନଥିଲେ ବୋଲି ସିଦ୍ଧରମୈୟା କହିଛନ୍ତି ।

ସିଦ୍ଧାରମୈୟା
ସିଦ୍ଧାରମୈୟା

By

Published : Jul 8, 2020, 6:10 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ଭିତରେ ପୁଣି କନ୍ଦଳ । କର୍ଣ୍ଣାଟକରେ ବର୍ତ୍ତମାନ ବିରୋଧୀ ଦଳର ଭୂମିକା ନିଭାଉଛି କଂଗ୍ରେସ। ତେବେ ଜେଡିଏସ ସହ ମେଣ୍ଟ ସରକାର ଭାଙ୍ଗିବା ପରେ କଂଗ୍ରେସର ହାଇ କମାଣ୍ଡଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା । ଗତ ଲୋକସଭା ନିର୍ବାଚନରେ ​​ଜେଡିଏସ ସହ ହୋଇଥିବା ସମ୍ପର୍କକୁ ବିରୋଧ କରିବା ସତ୍ବେ ଦଳର ହାଇକମାଣ୍ଡ ତାଙ୍କ କଥା ଶୁଣିନଥିଲେ ବୋଲି ସିଦ୍ଧରମୈୟା କହିଛନ୍ତି ।

ବୁଧବାର ଗଣମାଧ୍ୟମକୁ ସମ୍ବୋଧିତ କରି ସିଦ୍ଧରମୈୟା କହିଛନ୍ତି, ଲୋକସଭା ନିର୍ବାଚନରେ କଂଗ୍ରେସ ଏକାକୀ ଲଢିବା ଉଚିତ ବୋଲି ମୁଁ ପରାମର୍ଶ ଦେଇଥିଲି । ଏପରି କରିବା ଦ୍ବାରା ଭୋଟରେ ବିଭାଜନ ହୋଇନଥାନ୍ତା । ଜେଡିଏସ ଭୋଟ୍ ଆମ ପାଖକୁ ଆସି ନଥାନ୍ତା ଏବଂ ଆମର ଭୋଟ୍ ଜେଡିଏସକୁ ଯାଇ ନଥାନ୍ତା । କିନ୍ତୁ ମୋତେ ସମର୍ଥନ ମିଳିନଥିଲା । ମୁଁ ଏକମାତ୍ର ସଦସ୍ୟ ରୂପରେ ସ୍ୱର ଉତ୍ତୋଳନ କରିଥିଲି । କିନ୍ତୁ ପାର୍ଟି ହାଇକମାଣ୍ଡ ମୋ କଥା ଶୁଣିନଥିଲା । ଯଦି ଆମେ ଏକାକୀ ଲଢିଥାନ୍ତେ ତେବେ ଲୋକସଭା ନିର୍ବାଚନରେ ​​ଆମେ ସାତୋଟି ସିଟ୍ ଜିତିଥାନ୍ତେ ବୋଲି ସିଦ୍ଧରମୈୟା କହିଛନ୍ତି ।

ସୂଚନାଯୋଗ୍ୟ ଯେ, 2018 ରେ ଜେଡିଏସ ସମର୍ଥନରେ କଂଗ୍ରେସ କର୍ଣ୍ଣାଟକରେ ସରକାର ଗଠନ କରିବା ପରେ 2019 ସାଧାରଣ ନିର୍ବାଚନରେ ​​ମଧ୍ୟ ଜେଡିଏସ ସହ ମେଣ୍ଟ କରି ଲଢିଥିଲା। କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରିଥିବା 21 ଟି ଆସନ ମଧ୍ୟରୁ କେବଳ ଗୋଟିଏ ଆସନ ପାଇଥିବା ବେଳେ ଜେଡିଏସ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସାତଟି ମଧ୍ୟରୁ ଗୋଟିଏ ଆସନ ଜିତିଥିଲା ।

ABOUT THE AUTHOR

...view details