ଓଡିଶା

odisha

ETV Bharat / bharat

ମୁହାଁମୁହିଁ ପଡୋଶୀ: ବାଜିବ କି ଯୁଦ୍ଧର ବିଗୁଲ? - JEM

ପୁଣିଥରେ ବାଜିବ କି ଯୁଦ୍ଧର ବିଗୁଲ? ଏନେଇ ଏବେ ଚାରିଆଡେ ଚର୍ଚ୍ଚା। ସାରା ବିଶ୍ୱର ନଜର ଭାରତ-ପାକିସ୍ତାନ ସମ୍ପର୍କ ଉପରେ। 1947ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ପୁଣି ଥରେ ମୁଣ୍ଡ ଟେକିଛି। ପ୍ରଥମେ ପୁଲୱାମା ଆଟାକ। ପରେ ଭାରତର ଏୟାରଷ୍ଟ୍ରାଇକ। ଏବେ ପୁଣି ଉଭୟ ଦେଶର ଏୟାରଫୋର୍ସ ମଧ୍ୟରେ ଫାଇଟ। ଏସବୁ ଗୋଟିଏ ପ୍ରସଙ୍ଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଭାରତ-ପାକ୍‌ ଯୁଦ୍ଧ।

ଡିଜାଇନ ଫଟୋ

By

Published : Mar 1, 2019, 1:07 PM IST

ନୂଆଦିଲ୍ଲୀ: ଆଶଙ୍କାରେ ଦ୍ୱିପାକ୍ଷିକ ସମ୍ପର୍କ । ପ୍ରସ୍ତୁତ ହେଉଛନ୍ତି 2 ଦେଶର ସେନା । ସୀମାରେ ଉତ୍ତେଜନା । ସୀମାନ୍ତ ଗ୍ରାମରେ ସତର୍କତାମୂଳକ ପଦକ୍ଷେପ। 9 ବିମାନବନ୍ଦରରେ ହାଇ ଆଲର୍ଟ। ଏଲଓସିରେ ସେନା ଓ ବିଏସଏଫକୁ ଆଲର୍ଟ ପାଇଁ ନିର୍ଦ୍ଦେଶ। ସୁରକ୍ଷା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା। ତିନି ସେନାର ମୁଖ୍ୟଙ୍କ ସହ ଚାଲିଛି ତର୍ଜମା।

ସମାନ ସ୍ଥିତି ପାକିସ୍ତାନରେ । ଘନ ଘନ ବୈଠକ କରୁଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ । ନ୍ୟାସନାଲ କମାଣ୍ଡ ଅଥରିଟି ବୈଠକ ଡକାଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଇମ୍ରାନ ଖାନ। ପାକ୍‌ ବାୟୁସେନା ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି। କୂଟନୈତିକ ସ୍ତରଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବନ୍ଦ ହୋଇଛି। ତେବେ ଉଭୟ ଦେଶର ଏପରି ପରିସ୍ଥିତି କଣ ପାଇଁ?

ପୁଣିଥରେ ବାଜିବ କି ଯୁଦ୍ଧର ବିଗୁଲ ? ଏନେଇ ଏବେ ଚାରିଆଡେ ଚର୍ଚ୍ଚା। ସାରା ବିଶ୍ୱର ନଜର ଭାରତ-ପାକିସ୍ତାନ ସମ୍ପର୍କ ଉପରେ। 1947ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ପୁଣି ଥରେ ମୁଣ୍ଡ ଟେକିଛି। ପ୍ରଥମେ ପୁଲୱାମା ଆଟାକ। ପରେ ଭାରତର ଏୟାରଷ୍ଟ୍ରାଇକ। ଏବେ ପୁଣି ଉଭୟ ଦେଶର ଏୟାରଫୋର୍ସ ମଧ୍ୟରେ ଫାଇଟ। ଏସବୁ ଗୋଟିଏ ପ୍ରସଙ୍ଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଭାରତ-ପାକ୍‌ ଯୁଦ୍ଧ।

ତେବେ ଭାରତ-ପାକ୍‌ ଯୁଦ୍ଧ ନୂଆ ନୁହେଁ। ପୂର୍ବରୁ କାଶ୍ମୀର ପାଇଁ ଅନେକ ଥର ହୋଇଛି ଯୁଦ୍ଧ। ବୋହିଛି ଯବାନଙ୍କ ରକ୍ତ। ଦେଶ ପାଇଁ ଶହୀଦ ହୋଇଛନ୍ତି ଅନେକ ଯବାନ । ପ୍ରଥମେ 1947ରେ ହୋଇଥିଲା ଆରମ୍ଭ। 1965ରେ ପୁଣିଥରେ ପାକିସ୍ତାନ ଆରମ୍ଭ କରିଥିଲା ଅପରେସନ ଜିବ୍ରାଲଟର। 1971ରେ ପୂର୍ବ ପାକିସ୍ତାନ ପାଇଁ ହୋଇଥିଲା ଯୁଦ୍ଧ। 1984ରେ ସିଆଚେନକୁ ନେଇ ହୋଇଥିଲାଯୁଦ୍ଧ। 1999ରେ ହୋଇଥିଲା ସବୁଠାରୁ ଚର୍ଚ୍ଚିତ ଓ ଭୟଙ୍କର କାର୍ଗିଲ ଯୁଦ୍ଧ । ଭାରତ-ପାକ୍‌ ଇତିହାସରେ ଏତେ ବଡ ଯୁଦ୍ଧ କେବେ ହୋଇନାହିଁ। ଏଥିରେ ଉଭୟ ଦେଶର 1000ରୁ ଅଧିକ ସୈନ୍ୟ ପ୍ରାଣ ହରାଇଥିଲେ।

ପରେ 2016ରେ ଉରି ଆଟାକ ହୋଇଥିଲା। ଏଥିରେ 19 ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏହାର ପ୍ରତିଶୋଧ ନେଇ ଭାରତୀୟ ସେନା ପିଓକେରେ କରିଥିଲା ସର୍ଜିକାଲ ଷ୍ଟ୍ରାଇକ। ଏବେ ପୁଣି ପୁଲୱାମା ଆଟାକ ଓ ଏହାପରେ ଭାରତୀୟ ବାୟୁସେନାର ଏୟାର ଆଟାକ। ତେବେ ଦୁଇ ଦେଶ ମଧ୍ୟରେ ଏବେ ଜୋରଦାର ଯୁଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତୁ ନଜର ପକାଇବା ଏପରି ପରିସ୍ଥିତି ପଛର କାହାଣୀ ଉପରେ।

ଫେବୃୟାରୀ 14 ସମୟ ଅପରାହ୍ନ । ଶ୍ରୀନଗର ଅଭିମୁଖେ ଯାଉଥିଲା ସିଆରପିଏଫର 78ଟି ଗାଡି । ଭର୍ତ୍ତି ଥିଲେ 2000ରୁ ଅଧିକ ଯବାନ । କିଏ ଶୋଇଥିଲା କିଏ ଚାହଁଥିଲା । କିଏ ନୂଆ ବିବାହ କରି ଆସିଥିଲା ତ କିଏ ନିଜ ଛୁଆର ଫଟୋ ଦେଖୁଥିଲା। କିନ୍ତୁ କ୍ଷଣିକରେ ସବୁ ଓଲଟପାଲଟ ହୋଇଗଲା । ସେନାକୁ କାଳ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଆତ୍ମଘାତୀ ବିସ୍ଫୋରଣରେ 40 ଯବାନ ଶହୀଦ ହୋଇଥିଲେ। ସ୍ତବ୍ଧ ହୋଇଯାଇଥିଲା ଦେଶ।

ସମସ୍ତେ କାନ୍ଦିଥିଲେ ଯବାନଙ୍କ ପାଇଁ । ସାରା ଦେଶ ଏକ ହୋଇଥିଲା । ଶୁଭୁଥିଲା ଗୋଟିଏ ସ୍ୱର । କେବେ ନେବ ପ୍ରତିଶୋଧ । ଆବାଳବୃଦ୍ଧବନିତା ଚିହ୍ଲାଇଥିଲେ । ଆଉ ଏମାନଙ୍କ ଚିତ୍କାର ଶୁଣିଥିଲେ ସରକାର। ପ୍ରତିଶ୍ରୁତି ଦେଲେ। ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ଚେତାବନୀ ଦେଲେ । ଆକ୍ରମଣର ପ୍ଲାନ କରିଥିବା ପଡୋଶୀ ଦେଶକୁ ସତର୍କ କରାଇଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ମିଳିବ ଜବାବ । ଶହୀଦଙ୍କ ବଳିଦାନ ବ୍ୟର୍ଥ ଯିବନି । ଖୋଜି ଖୋଜି ଶତ୍ରୁକୁ ମାରିବୁ ।

ସମୟ ନେଲେ । ପ୍ଲାନ ବନାଇଲେ । ଆଉ କରିଲେ ଡିରେକ୍ଟ ଆଟାକ । କହିଲେନି, ଜଣାଇଲେନି ସିଧା ଆକ୍ରମଣ କରିଲେ । କଥା ରଖିଲେ ପ୍ରଧାନମନ୍ତ୍ରୀ । ଭାରତୀୟ ବାୟୁସେନା ପାକିସ୍ତାନ ଉପରେ କରିଛି ଏୟାରଷ୍ଟ୍ରାଇକ । ମଙ୍ଗଳବାର ସମୟ ଭୋର 3ଟା 30 । ବ୍ୟବଧାନ ମାତ୍ର ୨୧ ମିନିଟ । ସୀମା ପାର କରି ପିଓକେରେ ପଶିଲା ଭାରତୀୟ ଏୟାର ଫୋର୍ସର ଲଢୁଆ ବିମାନ। ଆଉ ଧ୍ୱଂସ ବିଧ୍ୱସ୍ତ କରିଦେଲା ଆତଙ୍କୀଙ୍କ ଶିବିର। ମାତ୍ର କ୍ଷଣିକ ମଧ୍ୟରେ ଧ୍ୱଂସ ପାଇଗଲା ଅନେକ ଆତଙ୍କବାଦୀ ଶିବିର। ଆଉ ଲିଭିଗଲା 300 ଆତଙ୍କୀଙ୍କ ଜୀବନଦୀପ।

ପ୍ରତିଶୋଧ ନେଲା ଭାରତ । ଦୋଷୀଙ୍କୁ ମିଳିଲା ଦଣ୍ଡ । ମାତ୍ର 12 ଦିନରେ ଜବାବ ଦେଲା ଭାରତ । ଚକମା ଖାଇଗଲା ପାକ୍‌ । ଭାବିବା ପାଇଁ ବି ସମୟ ନଥିଲା । ପାକିସ୍ତାନ ଭାବିଥିଲା ଭାରତ ସର୍ଜିକାଲ ଷ୍ଟ୍ରାଇକ କରିବ । ମାତ୍ର ହେଲା ଏୟାରଷ୍ଟ୍ରାଇକ । ଚକ୍ରବୂହ୍ୟ ଭିତରେ ଫସିଗଲା ଚକ୍ରାନ୍ତକାରୀ । ଆଟାକର ମେସେଜ ଥିଲା କ୍ଲିୟର । ଆଉ ଚୁପ ରହିବାର ସମୟ ନାହିଁ । ଆକ୍ରମଣ କଲେ ଜବାବ ଦେବୁ । ଆମ ସୁରକ୍ଷା ସହିତ ଖେଳିଲେ ମାଟିରେ ମିଶାଇ ଦେବୁ। ଇଟାର ଜବାବ ପଥରରେ ମିଳିବ।

ସାରା ଦେଶରେ ଏହି ଆକ୍ରମଣକୁ ପ୍ରଶଂସା କରାଯାଉଛି। ବାୟୁସେନାକୁ ସମସ୍ତେ ସାଲ୍ୟୁଟ କରୁଛନ୍ତି। ଦେଶବାସୀ ରାସ୍ତା ଉପରେ ଆସି ଖୁସି ମନାଉଛନ୍ତି। ଏପରିକି ବିଦେଶୀ ରାଷ୍ଟ୍ର ପକ୍ଷରୁ ମଧ୍ୟ ଏହାକୁ ପରୋକ୍ଷ ସମର୍ଥନ ମିଳିଛି। ଆତଙ୍କୀ ବିରୋଧରେ ଯୁଦ୍ଧକୁ ସମସ୍ତେ ସମର୍ଥ କରିଛନ୍ତି । ଆକ୍ରମଣ କରି ଭାରତ ସଠିକ ପଦକ୍ଷେପ ନେଇଛି ବୋଲି କହିଛନ୍ତି। ଭାରତର ଆକ୍ରମଣ ପରେ ପାକିସ୍ତାନ ଭୟଭୀତ ହୋଇଯାଇଛି। ପାକ୍ ସରକାର ଏହାର ଜବାବ ଦେବେ ବୋଲି କହୁଛନ୍ତି। କିନ୍ତୁ ଭାରତ ସାମନାରେ ପାକ୍‌ର ଶକ୍ତି କେତେ ତାହା ଜଣାପଡିଯାଉଛି ।

ଏହି ଆକ୍ରମଣ ପରେ ଭାରତ ସମର୍ଥନରେ 3 ରାଷ୍ଟ୍ର ବାହାରିଛନ୍ତି । ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦକୁ କଳା ତାଲିକାଭୁକ୍ତ କରିବାକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଣିଛନ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ । ଜୈସ-ଇ-ମହମ୍ମଦ ଆତଙ୍କୀ ସଙ୍ଗଠନର ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରକୁ କଳା ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦାବି କରିଛନ୍ତି ଏହି ୩ ରାଷ୍ଟ୍ର । ମାସୁଦର ଅନ୍ତର୍ଜାତୀୟ ଯାତ୍ରା ଉପରେ ପ୍ରତିବନ୍ଧକ ଓ ସମ୍ପତିକୁ ଜବତ କରିବାକୁ ଦାବି କରିଛନ୍ତି।

ABOUT THE AUTHOR

...view details