ଓଡିଶା

odisha

ସାଇବର ଆକ୍ରମଣ ବିରୋଧରେ ବୀମା

By

Published : Jul 9, 2020, 10:35 AM IST

ଲୋକଙ୍କ ଦୈନନ୍ଦିନ ଜୀବନରେ ଟେକ୍‌ନୋଲୋଜି ପ୍ରଭାବ ବିସ୍ତାର କରିବାକୁ ଲାଗିଲାଣି । ଆଉ ଏଥିସହିତ ଏହାର ନକାରାତ୍ମକ ଦିଗ ବି ସାମନାକୁ ଆସିବାରେ ଲାଗିଛି । ସପିଂ, ମନୋରଞ୍ଜନ, ଆର୍ଥିକ କାରବାର, ଡାଟା ଷ୍ଟୋରେଜ, ଶିକ୍ଷା, ସାମାଜିକ ଭାବ ବିନିମୟ ପାଇଁ ଲୋକେ ଅଧିକରୁ ଅଧିକ ଇଣ୍ଟରନେଟ ଭିତ୍ତିକ ଡିଜିଟାଲ ଟୁଲ୍‌ ଉପରେ ନିର୍ଭରଶୀଳ ହେଉଛନ୍ତି । ଏସବୁ ସୁବିଧା ସହ ସାଇବର ସିକ୍ୟୁରିଟି ଲୋକଙ୍କ ପାଇଁ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଫଳରେ ବ୍ୟକ୍ତିଗତ ସାଇବର ସିକ୍ୟୁରିଟି ଏବେ ଜରୁରୀ ହୋଇପଡିଛି ।

ସାଇବର ଆକ୍ରମଣ ବିରୋଧରେ ବୀମା
ସାଇବର ଆକ୍ରମଣ ବିରୋଧରେ ବୀମା

ହାଇଦ୍ରାବାଦ: ଲୋକଙ୍କ ଦୈନନ୍ଦିନ ଜୀବନରେ ଟେକ୍‌ନୋଲୋଜି ପ୍ରଭାବ ବିସ୍ତାର କରିବାକୁ ଲାଗିଲାଣି । ଆଉ ଏଥିସହିତ ଏହାର ନକାରାତ୍ମକ ଦିଗ ବି ସାମନାକୁ ଆସିବାରେ ଲାଗିଛି । ସପିଂ, ମନୋରଞ୍ଜନ, ଆର୍ଥିକ କାରବାର, ଡାଟା ଷ୍ଟୋରେଜ, ଶିକ୍ଷା, ସାମାଜିକ ଭାବ ବିନିମୟ ପାଇଁ ଲୋକେ ଅଧିକରୁ ଅଧିକ ଇଣ୍ଟରନେଟ ଭିତ୍ତିକ ଡିଜିଟାଲ ଟୁଲ୍‌ ଉପରେ ନିର୍ଭରଶୀଳ ହେଉଛନ୍ତି । ଆଜିକାଲି ତ ୱାର୍କ ଫ୍ରମ ହୋମ୍‌ ସାଧାରଣ ଘଟଣାରେ ପରିଣତ ହୋଇଛି । ଏସବୁ ସୁବିଧା ସହ ସାଇବର ସିକ୍ୟୁରିଟି ଲୋକଙ୍କ ପାଇଁ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଫଳରେ ବ୍ୟକ୍ତିଗତ ସାଇବର ସିକ୍ୟୁରିଟି ଏବେ ଜରୁରୀ ହୋଇପଡିଛି ।

ଏହି ବର୍ଷ ଜୁନ 19 ତାରିଖରେ ଇଣ୍ଡିଆନ କମ୍ପ୍ୟୁଟର ରେସପନ୍ସ ଟିମ୍ (ସିଇଆରଟି-ଇନ୍‌) ଏକ ସତର୍କବାଣୀ ଜାରି କରିଥିଲା । କୋଭିଡ-19 ସମ୍ପର୍କିତ ପଦକ୍ଷେପ ସ୍ବରୂପ ସରକାରୀ ପାଣ୍ଠି ଖର୍ଚ୍ଚ ଆଳରେ କିଛି କୁଚକ୍ରୀ ପାଖାପାଖି 2 ମିଲିଅନ ଭାରତୀୟଙ୍କ ବିରୋଧରେ ବଡ ଧରଣର ଷଡଯନ୍ତ୍ର ଅଭିଯାନ ଆରମ୍ଭ କରିବା ଆଶଙ୍କା ରହିଛି ବୋଲି ସିଇଆରଟି-ଇନ୍ ଚେତାବନୀ ଦେଇଥିଲା । ଏଣେ ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ ଚୀନଆଡୁ ଜୁନ ଆରମ୍ଭରୁ 200 ପ୍ରତିଶତ ସାଇବର ଆକ୍ରମଣ ବୃଦ୍ଧି ପାଇଛି ବୋଲି ସାଇବର ଥ୍ରେଟ୍ ଇଣ୍ଟିଲିଜେନସ୍ କମ୍ପାନୀ ସାଇଫାର୍ମା ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି ।

ଏଭଳି ସମୟରେ ଜଣେ ବ୍ୟକ୍ତିର ଦାୟିତ୍ବ ହେଉଛି ନିଜର କଷ୍ଟ ଲବ୍ଧ ଅର୍ଥ, ସାମାଜିକ ପ୍ରତିଷ୍ଠା, ମାନସିକ ସ୍ବାସ୍ଥ୍ୟର ସୁରକ୍ଷା । ସାଇବର ସିକ୍ୟୁରିଟି କବଚ ଦ୍ବାରା ଏସବୁ ଉଦ୍ଦେଶ୍ୟ ପୂରଣ ହୋଇପାରିବ ।

ପର୍ସନାଲ ସାଇବର ଇନସ୍ୟୁରାନ୍ସ ପଲିସି କଣ ?

18 ବର୍ଷରୁ ଅଧିକ ବୟସର ଯୋଗ୍ୟ ଲୋକେ ସାଇବର ବୀମା ପଲିସି ପାଇଁ ଯୋଗ୍ୟ ହୋଇପାରିବେ । ଏହି ବୀମା ପଲିସି ଦ୍ୱାରା ଲୋକେ ସାଇବର ସମ୍ପର୍କିତ ସୁରକ୍ଷା ବିଭ୍ରାଟର ଜନିତ କ୍ଷତିକୁ ହ୍ରାସ କରିପାରିବେ ।

ପର୍ସନାଲ ସାଇବର ଇନସ୍ୟୁରାନ୍ସ କିଏ କିଣିବା ଦରକାର ?

ଯେ କୌଣସି ଡିଜିଟାଲ ପ୍ଲାଟଫର୍ମରେ ଯେ କୌଣସି ଅନଲାଇନ ପେମେଂଟ୍‌ କାରବାରରେ ସଂପୃକ୍ତ ଥିବା ବ୍ୟକ୍ତି (ସପିଂ, ସବସ୍କିପସନ, ବିଲ୍ ପେମେଣ୍ଟ , ମନି ଟ୍ରାନସଫର୍‌ ) ଭାରତରେ ସାଇବର ଇନସ୍ୟୁରାନ୍ସ କିଣିବା ବାବଦରେ ନିଶ୍ଚିତ ଭାବେ ବିଚାର କରିପାରିବେ ।

କେଉଁ କମ୍ପାନିମାନେ ପର୍ସନାଲ ସାଇବର ଇନସ୍ୟୁରାନ୍ସ ପଲିସି ଦେଇପାରିବେ ?

ଭାରତର ତିନି ପ୍ରମୁଖ ବୀମା କମ୍ପାନି ପର୍ସନାଲ ସାଇବର ଇନସ୍ୟୁରାନ୍ସ ପ୍ରଦାନ କରନ୍ତିା ସେହି କମ୍ପାନିଗୁଡିକ ହେଲେ ଏଚଏଡିଏଫସି ଇଆରଜିଓ, ବଜାଜ ଆଲାଏନ୍‌ଜ ଜେନେରାଲ ଇନସ୍ୟୁରାନ୍ସ ଓ ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ୍ ଇନସ୍ୟୁରାନ୍ସ ।

କଣ ସବୁ ବୀମା ହୁଏ ?

ପରିଚୟ ଚୋରି, ସାଇବର ବୁଲିଂ, ସାଇବର ଏକ୍ସଟର୍ସନ, ମେଲୱେୟାର ଇଂଟ୍ରୁସନ, ବ୍ୟାଙ୍କ ଆକାଉଣ୍ଟ, କ୍ରେଡିଟ୍ କାର୍ଡ ଓ ମୋବାଇଲ୍ ୱାଲେଟର ଅନଧିକୃତ ବ୍ୟବହାର ଯୋଗୁଁ ହେଉଥିବା ଆର୍ଥିକ କ୍ଷତି ବୀମା ପରିସରଭୁକ୍ତ ହୋଇପାରିବ । ଅଧିକାଂଶ ପଲିସି ଆଇନଗତ ଖର୍ଚ୍ଚ ବି ବହନ କରନ୍ତି । ଡିଜିଟାଲ୍ ରେପୁଟେସନ ଫେରାଇ ଆଣିବା ପାଇଁ ହୋଇଥିବା ଖର୍ଚ୍ଚ ବି ବହନ କରନ୍ତି ବୀମା କଂପାନି । ଇଂଟରନେଟରୁ ମାନହାନି ହେଉଥିବା ଖବର ହଟାଇବା ଖର୍ଚ୍ଚ ବି ବୀମାଭୁକ୍ତ ହୋଇଥାଏ ।

କଣ ବୀମାଭୁକ୍ତ ନୁହେଁ ?

ଅସାଧୁ ବ୍ୟବହାର ଓ ବିଶୃଙ୍ଖଳିତ ଆଚରଣ, ଶାରିରୀକ କ୍ଷତି, ସମ୍ପତି ନଷ୍ଟ, ଅନଧିକୃତ ଯୋଗାଯୋଗ, ବେଆଇନ ଡାଟା ସଂଗ୍ରହ ଓ ଅନୈତିକ ସେବା ସାଇବର ବୀମା ପଲିସିର ଅନ୍ତର୍ଭୁକ୍ତ ହୁଏ ନାହିଁ ।

ପର୍ସନାଲ ସାଇବର ଇନସ୍ୟୁରାନ୍ସର ବ୍ୟୟ କେତେ?

  • ପ୍ରତି 1 ଲକ୍ଷ ଟଙ୍କା ବୀମାରେ ପର୍ସନାଲ ସାଇବର ଇନସ୍ୟୁରାନ୍ସ ପ୍ରିମିଅମ ରେଟ୍ 6 ଶହ ଟଙ୍କାରୁ ଆରମ୍ଭ ହୁଏ ।
  • ଏଚଡିଏଫ ଇଆରଜିଓର ଋଅଝରମଙ୍କକ୍ସର ବର୍ଷକୁ 1,500 ପ୍ରିମିଅମରେ 50 ହଜାରରୁ 1 କୋଟି ବୀମା ଟଙ୍କା ନିଶ୍ଚିତ କରିଥାଏ । ବଜାଜ ଆଲାଏନଜ ଜେନେରାଲ ଇନସ୍ୟୁରାନ୍ସ ସାଇବର ସେଫ୍‌ର ପ୍ରିମିଅମ ଚାର୍ଜ ବର୍ଷକୁ 7 ଶହରୁ 9 ହଜାର ଟଙ୍କା ଥାଏ, ଯାହା କି 1 ଲକ୍ଷରୁ 1 କୋଟି ଟଙ୍କାର ବୀମା ନିଶ୍ଚିତ କରିଥାଏ ।
  • ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ ଇନସ୍ୟୁରାନ୍ସର ରିଟେଲ୍ ସାଇବର ଲାୟାବିଲିଟି ପଲିସି ଦିନକୁ ସାଢେ 6 ଟଙ୍କାରୁ 65 ଟଙ୍କା ପଯ୍ୟନ୍ତ ପ୍ରିମିୟର ଚାର୍ଜ କରି 50 ହଜାରରୁ 1 କୋଟି ଟଙ୍କାର ବୀମା ନିଶ୍ଚିତ କରିଥାଏ ।

ପଲିସି କରୁଥିବା ବ୍ୟକ୍ତି ସେମାନଙ୍କର ଆବଶ୍ୟକତା ଅନୁସାରେ ପଲିସି କଭରେଜ୍‌ ମେଳ ଖାଉଛି କି ନାହିଁ, ତାହା ଭଲ ଭାବେ ଜାଣିବା ଦରକାର । ଏହାସହ ଫ୍ୟାମିଲି ଫ୍ଲୋଟର ବିକଳ୍ପ ଅଛି କି ନାହିଁ, ତାହା ବି ଜାଣିବା ଦରକାର ।

ଅଧିକାଂଶ ବୀମା ପଲିସି ଆଜିକାଲି ଅନଲାଇନ ଜରିଆରେ ସଂପୃକ୍ତ କଂପାନୀର ୱେବସାଇଟରୁ ପାଇହେବ । ଆବଶ୍ୟକୀୟ କାଗଜପତ୍ର ସହ ପଲିସି ପ୍ରୋପୋଜାଲ ଫର୍ମ ପୂରଣ କରି ଆପଣ ବୀମା ପଲିସି କିଣି ପାରିବେ । ଆପଣଙ୍କ ପଞ୍ଜୀକୃତ ଇମେଲ ଆଇଡିକୁ ବୀମା ପଲିସି ମେଲ୍ କରାଯିବ । ଅଫଲାଇନ ଦରଖାସ୍ତ ପାଇଁ ଆପଣ ବି ସଂପୃକ୍ତ କଂପାନିଗୁଡିକର ପଂଜୀକୃତ କାର୍ଯ୍ୟାଳୟର ଯାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ ରିପୋର୍ଟ

ABOUT THE AUTHOR

...view details