ଓଡିଶା

odisha

ETV Bharat / bharat

ଡିଜିଟାଲ ଯୁଗରେ ବହି ପଢା କ୍ରେଜ ବଢାଉଛି ୱାଲ ପେଣ୍ଟିଂ - ଡିଜିଟାଲ ଯୁଗରେ ବହି ପଢା

ମୋବାଇଲ କ୍ରାନ୍ତି ଲୋକଙ୍କ ଜ୍ଞାନ ବଢାଇଛି ସତ , ହେଲେ ମାନବ ଜୀବନରେ ପୁସ୍ତକର ମହତ୍ବ ଓ ସ୍ଥାନ ସ୍ବତନ୍ତ୍ର । ଏଣୁ ଆଜିର ଅତ୍ୟାଧୁନିକ ସମୟରେ ହାତରେ ପୁସ୍ତକ ଧରି ପାଠ ପଢିବାକୁ ପ୍ରୋତ୍ସାହିତ କରିବାକୁ ବର୍ଣ୍ଣାଲ ଜିଲ୍ଲାରେ ଦିୱାନ ଗାଁରେ ଯୁବଗୋଷ୍ଠୀ ଆପଣାଇଛନ୍ତି ଅନନ୍ୟ ପଦକ୍ଷେପ ।

ଡିଜିଟାଲ ଯୁଗରେ ବହି ପଢା କ୍ରେଜ ବଢାଉଛି ୱାଲ ପେଣ୍ଟିଂ
ଡିଜିଟାଲ ଯୁଗରେ ବହି ପଢା କ୍ରେଜ ବଢାଉଛି ୱାଲ ପେଣ୍ଟିଂ

By

Published : Nov 13, 2020, 5:52 PM IST

ବର୍ଣ୍ଣାଲ: ମଣିଷ ଓ ପୁସ୍ତକ ମଧ୍ୟରେ ରହିଥିବା ବ୍ୟବଧାନକୁ ବଢାଇ ଦେଇଛି ଆଧୁନିକତା । ମୋବାଇଲ କ୍ରାନ୍ତି ଲୋକଙ୍କ ଜ୍ଞାନ ବଢାଇଛି ସତ , ହେଲେ ମାନବ ଜୀବନରେ ପୁସ୍ତକର ମହତ୍ବ ଓ ସ୍ଥାନ ସ୍ବତନ୍ତ୍ର । ବିଡମ୍ବନା କି, ଆଜିର ଯୁବପୀଢି ପୁସ୍ତକରୁ ଦୂରେଇ ଯାଇ ମୋବାଇଲ ଫୋନରେ ଅତିବାହିତ କରୁଛନ୍ତି ଅଧିକ ସମୟ । ହେଲେ ଏହି ସ୍ରୋତରୁ ସ୍ବତନ୍ତ୍ର ହୋଇ ବର୍ଣ୍ଣାଲର ଦିୱାନ ଗାଁର ଏକ ଯୁବଗୋଷ୍ଠୀ ପୁସ୍ତକ ଓ ଲୋକଙ୍କ ମଧ୍ୟରେ ଥିବା ଦୂରତାକୁ କମାଇବାକୁ ଗ୍ରହଣ କରିଛନ୍ତି ଏକ ପ୍ରଂଶସନୀୟ ପଦକ୍ଷେପ । ସେମାନେ ଶହୀଦ କରତାର ସିଂହ ସରଭାଙ୍କ ନାଁରେ ଖୋଲିଛନ୍ତି ଏକ ଲାଇବ୍ରେରୀ ।

ଡିଜିଟାଲ ଯୁଗରେ ବହି ପଢା କ୍ରେଜ ବଢାଉଛି ୱାଲ ପେଣ୍ଟିଂ

ଆଉ ଏଠାରେ ଲୋକଙ୍କୁ ଭଳିକି ଭଳି ପୁସ୍ତକ ଉପଲବ୍ଧ କରାଯାଉଛି, ଯେପରି ସେମାନଙ୍କ ପୁସ୍ତକ ପଢିବା ଅଭ୍ୟାସ ଆରମ୍ଭ ହେବ । ଏହା ବ୍ୟତିତ ଗାଁ କାନ୍ଥଗୁଡିକରେ ରଙ୍ଗୀନ ଚିତ୍ର ସବୁ କରାଯାଇ ପୁସ୍ତକ ପଢିବାର ଗୁରୁତ୍ବକୁ ଦର୍ଶାଯାଇଛି । ଯାହା ଦ୍ବାରା ଲୋକ ପୁସ୍ତକାଳୟ ଆଡକୁ ଆକର୍ଷିତ ହୋଇପାରିବେ ।

ମହାନ ଲେଖକ ଓ କବିମାନେ ଯାହା ସବୁ ଲେଖିଛନ୍ତି , ତାକୁ ଚିତ୍ର ସହ ଉଲ୍ଲେଖ କରି ପୁସ୍ତକର ଗୁରୁତ୍ବକୁ ଦର୍ଶାଯାଇଛି । କାନ୍ଥରେ କବି ପାଶ ଙ୍କ କ୍ରାନ୍ତିକାରୀ ଶବ୍ଦ ଓ ତାଙ୍କ ସମୟର ପ୍ରସିଦ୍ଧ ଲେଖକ ମ୍ୟାକ୍ସିମ ଗୋର୍କୀଙ୍କ ବିଚାର ସହ ବାବା ନାଜମୀଙ୍କ କବିତା ଲେଖାଯାଇଛି । ଏହା ବ୍ୟତିତ ଶହୀଦ କରତାର ସିଂହ ସରଭାଙ୍କ ପେଣ୍ଟିଂ ସମସ୍ତଙ୍କୁ ଆକର୍ଷିକ କରୁଛି । ତେବେ ପ୍ରତ୍ୟେକ ବ୍ୟକ୍ତି ଏହି ପଦକ୍ଷେପ ପାଇଁ ଲାଇବ୍ରେରୀ ମ୍ୟାନେଜମେଣ୍ଟର ପ୍ରଂଶସା କରୁଛି ।

କାନ୍ଥରେ ଚିତ୍ର କରି ଏଭଳି ଲେଖିବାର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କୁ , ବିଶେଷ କରିଯୁବପୀଢିଙ୍କୁ ପୁସ୍ତକ ସହ ସମ୍ପର୍କ ବାନ୍ଧିବାକୁ ପ୍ରୋତ୍ସାହିତ କରିବା । ସବୁଠୁ ଏହି ପ୍ରୟାସକୁ ପ୍ରଂଶସା କରାଯାଉଛି ।

ପୁସ୍ତକକୁ ଗୁପ୍ତ ସମ୍ପତ୍ତି କୁହାଯାଏ । ଆଉ ଦିୱାନ ଗାଁର ଲାଇବ୍ରେରୀ ମ୍ୟାନେଜମେଣ୍ଟ ଲୋକଙ୍କୁ ପୁସ୍ତକ ପ୍ରତି ପ୍ରୋତ୍ସାହିତ କରିବାର ଏକ ସଚ୍ଚୋଟ ପ୍ରୟାସ । ଯୁବପୀଢି ପୁସ୍ତକକୁ ଯେପରି ନିଜ ବନ୍ଧୁ କରିବେ ସେ ଦିଗରେ ଏହା ବହୁତ ଭଲ ପ୍ରଚେଷ୍ଟା । ପୁସ୍ତକ ପଢିବା ସଂସ୍କୃତିକୁ ଆଗକୁ ନେବା ପାଇଁ ପ୍ରତି ଗାଁରେ ଏକ ଲାଇବ୍ରେରୀ ହେବା ଜରୁରୀ । ଏହା ଆଜିର ଯୁବପୀଢିଙ୍କୁ ସେମାନଙ୍କ ସଂସ୍କୃତି , ସାହିତ୍ୟ ଓ ଇତିହାସକୁ ଭଲ ଭାବେ ବୁଝାଇବାରେ ସାହାଯ୍ୟ କରିବ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details