ଓଡିଶା

odisha

ETV Bharat / bharat

ସୋମନାଥ ମନ୍ଦିରରେ ନିର୍ମାଣ ହେବ ଓ୍ବେଟିଂ ପ୍ଲାଜା - Somnath temple devlopment

ଲମ୍ବା ଲାଇନରେ ଦିର୍ଘ ସମୟ ଧରି ଅପେକ୍ଷାରତ ଭକ୍ତଙ୍କୁ ଆଶ୍ବସ୍ତି । ସୋମନାଥ ମନ୍ଦିରରେ ନିର୍ମାଣ ହେବାକୁ ଯାଉଛି ୱେଟିଂ ପ୍ଲାଜା । ଅଧିକ ପଢନ୍ତୁ...

somnath devlopment
ସୋମନାଥ ମନ୍ଦିରରେ ନିର୍ମାଣ ହେବ ଓ୍ବିଟିଂ ପ୍ଲାଜା

By

Published : Dec 31, 2019, 5:20 PM IST

ଗାନ୍ଧିନଗର: କୋଟି କୋଟି ଲୋକଙ୍କ ବିଶ୍ବାସର ପ୍ରତୀକ ଦ୍ବାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ପ୍ରଥମ ସୋମନାଥ ମହାଦେବ ମନ୍ଦିର ଦେଶ ବିଦେଶରେ ବିଖ୍ୟାତ ଅଟେ । ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ବିଜ୍ଞାପନ କ୍ୟାମ୍ପେନ 'ଖୁସବୁ ଗୁଜୁରାଟ କି' ପରେ ସୋମନାଥରେ ଯାତ୍ରୀଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଶ୍ରାବଣ ମାସରେ, ଜନ୍ମାଷ୍ଟମୀ, ଦୀପାବଳୀ ଏବଂ ଶୀତଦିନ ଛୁଟିରେ ଭଗବାନ ଭୋଳାନାଥଙ୍କ ଦର୍ଶନ ପାଇଁ ଅନେକ ସମୟ ଧରି ଭକ୍ତଙ୍କ ଲମ୍ବା ଲାଇନ ଲାଗୁଛି। ତେବେ ଭକ୍ତଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବାପାଇଁ ସୋମନାଥ ଟ୍ରଷ୍ଟ ପକ୍ଷରୁ ତିରୁପତି ବାଲାଜୀ ଓ ଶିରିଡିର ସାଇ ବାବାଙ୍କ ମନ୍ଦିର ଭଳି 'ଓ୍ବେଟିଂ ପ୍ଲାଜା' କରିବା ନେଇ ନିଷ୍ପତ୍ତି ନିଆଯାଇଛି।

ସୋମନାଥ ମନ୍ଦିରରେ ନିର୍ମାଣ ହେବ ଓ୍ବିଟିଂ ପ୍ଲାଜା

ଏସମ୍ବଦ୍ଧରେ 'ଇଟିଭି ଭାରତ' ପ୍ରତିନିଧିଙ୍କୁ ସୋମନାଥ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ସେକ୍ରେଟାରୀ ପି.କେ.ଲେହରୀ କହିଛନ୍ତି ଯେ, ଏହି 'ଓ୍ବେଟିଂ ପ୍ଲାଜା'ରେ ପ୍ରାୟ 7 ହଜାର ଭକ୍ତଙ୍କୁ ପରିଚାଳନା କରିବାର କ୍ଷମତା ରଖୁଛି । ଏଥିରେ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରାର୍ଥମିକ ସୁବିଧା ସୋମନାଥ ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦିଆଯିବ । ଯେଉଁଥିରେ ଲୋକଙ୍କର ବ୍ୟାଗ ରଖିବା ଘର, ଜୋତାଚପଲ ଘର, କ୍ୟାଣ୍ଟିନ, କ୍ୟାଫେଟେରିୟା, ମେଡିକାଲ ଆସିଷ୍ଟାଣ୍ଟ, ମୂର୍ତ୍ତି ବିକ୍ରି ପାଇଁ ଦୋକାନ ଭଳି ଅନେକ ସୁବିଧା ଯାତ୍ରୀଙ୍କୁ ମିଳିବ ।

ଏହାସହ ସୋମନାଥ ମନ୍ଦିର ପରିସରରେ ଟ୍ରଷ୍ଟ ପକ୍ଷରୁ ଏକ ମାତା ପାର୍ବତୀ ମନ୍ଦିର ନିର୍ମାଣ ମଧ୍ୟ କରାଯିବ । ଯାହାଦ୍ବାରା ସୋମନାଥ ଧାମ ଶିବ ଓ ଶକ୍ତି 2ଟି ଯାକ ଉପାସନା ପାଇଁ ଅନୁକୂଳ ରହିବ। ଏହାସହ ସେ ଆହୁରୀ କହିଛନ୍ତିଯେ, ସୋମନାଥ ଧାମରେ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନା ଅନ୍ତର୍ଗତ ଟୁରିଷ୍ଟମାନଙ୍କ ସୁବିଧା ପାଇଁ ଏକ ସେଣ୍ଟର ପ୍ରସ୍ତୁତ କରାଯାଉଛି ଯେଉଁଥିରେ ପର୍ଯ୍ୟଟକ ମାନଙ୍କ ପାଇଁ ଲାଇବ୍ରେରୀ, କ୍ୟାଣ୍ଟିନ, ଲଜ, ବିଶ୍ରାମଗୃହ ଆଦି ନିର୍ମାଣ କରାଯିବ।

ଏହାସହ ସୋମନାଥ ସମୂଦ୍ର କୂଳରେ ଏକ ପାଦଚଲା ରାସ୍ତା ପ୍ରସ୍ତୁତ କରାଯିବ। ଯାହା ସୋମନାଥ ଓ ଆଖପାଖ ମନ୍ଦିର ଠାରୁ ପାଖ ରହିବ। ଏହି ରାସ୍ତାର ଶିଳାନ୍ୟାସ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ବାରା କରାଯାଇଛି। ତେବେ ସୋମନାଥ ମନ୍ଦିର ପରିସରକୁ ଆହୁରି ପ୍ରସାରିତ କରାଯିବ। ସୋମନାଥ ମନ୍ଦିର ବିକାଶ ପାଇଁ କରାଯାଉଥିବା କାର୍ଯ୍ୟ କୌଣସି ବି ଧର୍ମସ୍ଥଳୀ ପାଇଁ ଅଦ୍ଭୁତ ଅଟେ। ଗୁଜୁରାଟ ସରକାର ଓ କେନ୍ଦ୍ର ସରକାର ମିଶି ସୋମନାଥର ଭବ୍ୟ ସ୍ବର୍ଣ୍ଣ ଯୁଗ ଫେରାଇ ଆଣିବାପାଇଁ କାର୍ଯ୍ୟରତ ଥିବା ଟ୍ରଷ୍ଟି କହିଛନ୍ତି ।

ABOUT THE AUTHOR

...view details