ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ 2021ରେ ଲଞ୍ଚ୍ କରିବାକୁ ଯାଉଛି ଗଗନଯାନ । ହେଲେ ଏହା ପୂର୍ବରୁ ମାନବ ରହିତ ମିଶନ ଉପରେ କାର୍ଯ୍ୟ କରୁଛି ଇସ୍ରୋ । ପ୍ରଥମ ମିଶନ ଚଳିତ ବର୍ଷ ଡିସେମ୍ବରରେ ହେବ । ଏହି ମିଶନ ଅନ୍ତର୍ଗତ ଏକ ମହିଳା ରୂପୀ ରୋବର୍ଟକୁ ଗଗନଯାନରେ ବସାଇ ମହାକାଶକୁ ପଠାଯିବ ।
ଏବର୍ଷ ମହାକାଶକୁ ଯିବ ମହିଳା ରୋବର୍ଟ 'ବ୍ୟୋମମିତ୍ର' - humanoid robot will go to space
2021ରେ ଗଗନଯାନ ମିଶନ ପୂର୍ବରୁ ମହିଳା ରୂପୀ ରୋବର୍ଟକୁ ମହାକାଶ ପଠାଇବ ଇସ୍ରୋ । ରୋବର୍ଟର ନାଁ ରଖାଯାଇଛି 'ବ୍ୟୋମମିତ୍ର' । ଅଧିକ ପଢନ୍ତୁ...
ଚଳିତ ବର୍ଷ ଡିସେମ୍ବରରେ ଗଗନଯାନରେ ପଠାଯିବାକୁ ଥିବା ମହିଳା ରୂପୀ ରୋବର୍ଟର ନାଁ ବ୍ୟୋମମିତ୍ର ରଖାଯାଇଛି । ସଂସ୍କୃତର ଦୁଇଟି ଶବ୍ଦକୁ ମିଶାଇ ଏହି ବ୍ୟୋମମିତ୍ର ରଖାଯାଇଛି । ବ୍ୟୋମ ଅର୍ଥ ଅନ୍ତରୀକ୍ଷ ଏବଂ ମିତ୍ର ଅର୍ଥ ବନ୍ଧୁ । ଏହି ରୋବର୍ଟ କଥା ମଧ୍ୟ ହେଉଛି । ଏହି ମାନବରୂପୀ ରୋବର୍ଟରେ ମାନବ ଶରୀର ସହ ସମ୍ବନ୍ଧିତ କିଛି ମେସିନ ଲାଗିଛି, ଯାହାକି ମନୁଷ୍ୟ ଶରୀରର ସଞ୍ଚାଳନରେ ହେଉଥିବା ପରିବର୍ତ୍ତନ ଉପରେ ଅଧ୍ୟୟନ କରିବ ।
ଇସ୍ରୋର ଗଗନଯାନ ମିଶନ ପାଇଁ ଋଷିଆରେ 11 ମାସର ଟ୍ରେନିଂ ଚାଲିବ । ଏହାପରେ ବୈଜ୍ଞାନିକମାନେ ଭାରତ ଆସି କ୍ରୁ ମଡ୍ୟୁଲର ଟ୍ରେନିଂ ନେବେ । ଏହି ଟ୍ରେନିଂ ବେଙ୍ଗାଲୁରୁ ପାଖରେ ଚଲକେରାରେ ହେବାର ସମ୍ଭାବନା ରହିଛି । ଡିସେମ୍ବର 2021ରେ ଇସ୍ରୋ ତିନି ଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବ । ଏହାପୂର୍ବରୁ 2ଟି ମିଶନ ହେବ । ଏହି 2ଟି ମିଶନରେ ଗଗନଯାନକୁ ବିନା ମହାକାଶଚାରୀରେ ମହାକାଶକୁ ପ୍ରେରଣ କରାଯିବ ।