ଓଡିଶା

odisha

ETV Bharat / bharat

ବ୍ୟାପମ ଘୋଟାଲା: ଜଣଙ୍କୁ 10, ଅନ୍ୟ 30ଙ୍କୁ 7 ବର୍ଷ ଜେଲଦଣ୍ଡ - ବ୍ୟାପମ ଘୋଟାଲାରେ ସଜା

ମଧ୍ୟପ୍ରଦେଶର ପୋଲିସ କନେଷ୍ଟବଳ ନିଯୁକ୍ତି ଦୁର୍ନୀତି ଘୋଟାଲା(ବ୍ୟାପମ)ରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ପ୍ରଦାନ କରାଯାଇଛି ।  ବର୍ଷ ୨୦୧୩ରେ ଏହି ବ୍ୟାପମ୍‌ ଦୁର୍ନୀତିରେ ୩୧ ଦୋଷୀଙ୍କୁ ଦଣ୍ଡବିଧାନ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Nov 25, 2019, 9:13 PM IST

ଭୋପାଳ: ମଧ୍ୟପ୍ରଦେଶର ପୋଲିସ କନେଷ୍ଟବଳ ନିଯୁକ୍ତି ଦୁର୍ନୀତି ଘୋଟାଲା(ବ୍ୟାପମ)ରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ପ୍ରଦାନ କରାଯାଇଛି । ବର୍ଷ ୨୦୧୩ରେ ଏହି ବ୍ୟାପମ୍‌ ଦୁର୍ନୀତିରେ ୩୧ ଦୋଷୀଙ୍କୁ ଦଣ୍ଡବିଧାନ କରିଛନ୍ତି କୋର୍ଟ । ଜଣକୁ ୧୦ ବର୍ଷ ଓ ଅନ୍ୟ ୩୦ ଜଣଙ୍କୁ ୭ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି କୋର୍ଟ ।

ଫଟୋ ସୌଜନ୍ୟ: ଏଏନଆଇ

ଏହି ମାମଲାର ଶୁଣାଣି 2014ରୁ ଚାଲିଥିଲା । ସିବିଆଇର ସ୍ବତନ୍ତ୍ର ବିଚାରପତି ଏସବି ସାହୁ ସୋମବାର ଏହି ମାମଲାରେ ସଜା ଶୁଣାଇଛନ୍ତି । କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନଭେମ୍ବର 21 ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ବର୍ଷ ୨୦୦୦-୨୧ ମଧ୍ୟରେ ମଧ୍ୟ ପ୍ରଦେଶରେ ପ୍ରାୟ ୫୫ ମାମଲା ଦାୟର କରାଯାଇଥିଲା, ଯେଉଁଥିରେ ପ୍ରକୃତ ପରୀକ୍ଷାର୍ଥୀଙ୍କ ସ୍ଥାନରେ ଅନ୍ୟ ଜଣେ ବସି ପରୀକ୍ଷା ଦେଇଥିଲା। ୨୦୧୩ ଜୁଲାଇରେ ପ୍ରଥମ ଥର ଏହି ଘୋଟାଲା ମାମଲା ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିଲା

ABOUT THE AUTHOR

...view details