ଓଡିଶା

odisha

ବ୍ୟାପମ ଦୁର୍ନୀତିରେ ଯୋଡି ହେଲା 4 ନୂଆ ମାମଲା

By

Published : Jan 7, 2020, 2:22 PM IST

ବ୍ୟାପମ ଦୁର୍ନୀତିରେ ଯୋଡିହେଲା ଆଉ 4ଟି ନୂଆ ମାମଲା। ପୂର୍ବରୁ ଏହି ଦୁର୍ନୀତିରେ 10ଟି କେସ ରୁଜୁ କରାଯାଇଛି। ସେଥିମଧ୍ୟରୁ ଦୋଷୀ ସାବ୍ୟସ୍ତ ହୋଇଥିବା 31 ଜଣଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ଅଧିକ ଖବର ପଢନ୍ତୁ...

Vyapam case
ବ୍ୟାପମ ଦୁର୍ନୀତି ମାମାଲାରେ ଯୋଡି ହେଲା 4 ନୂଆ ମାମଲା

ଭୋପାଳ: ପୁଣି ଘନେଇଲା ମଧ୍ୟପ୍ରଦେଶରେ ହୋଇଥିବା ବ୍ୟାପମ ଦୁର୍ନୀତି। 2013ରେ ମଧ୍ୟପ୍ରଦେଶରେ ପୁଲିସ କନେଷ୍ଟବଳ ନିଯୁକ୍ତିରେ ହୋଇଥିବା ବ୍ୟାପମ ଦୁର୍ନୀତିରେ ଆଉ 4ଟି ନୂଆ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ଗୋଟିଏ ପୋଲିସ କନେଷ୍ଟବଳ ନିଯୁକ୍ତିରେ ଘୋଟାଲା ପାଇଁ କରାଯାଇଛି।

ଏହାସହ ଅନ୍ୟ 3ଟି କେସ ମିଥ୍ୟା ସାଟିଫିକେଟ ପିଏମଟି 2009 ଓ 2010ରେ ହୋଇଥିବା ଦୁର୍ନୀତିକୁ ନେଇ ରୁଜୁ କରାଯାଇଥିବା ଅତିରିକ୍ତ ଏସଟିଏଫ୍ ଡିଜି ଅଶୋକ ଅୱସ୍ତି କହିଛନ୍ତି।

ବ୍ୟାପମ ଦୁର୍ନୀତି ମାମାଲାରେ ଯୋଡି ହେଲା 4 ନୂଆ ମାମଲା

ଏବେ ସୁଦ୍ଧା ବ୍ୟାପମ ଦୁର୍ନୀତିରେ 10ଟି କେସ ରୁଜୁ କରାଯାଇଛି। ସେଥିମଧ୍ୟରୁ ଦୋଷୀ ସାବ୍ୟସ୍ତ ହୋଇଥିବା 31 ଜଣଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ୩୧ ଜଣଙ୍କ ମଧ୍ୟରୁ ଜଣଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ ହୋଇଥିବା ବେଳେ ବାକି ୩୦ ଜଣଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି।

ଗତ 2013ରେ ମଧ୍ୟପ୍ରଦେଶ ବ୍ୟବସାୟିକ ପରୀକ୍ଷା ମଣ୍ଡଳ(ବ୍ୟାପମ) ଦ୍ୱାରା ୨୦୧୩ରେ କନଷ୍ଟେବଳ ପରୀକ୍ଷାରେ ଦୁର୍ନୀତି ହୋଇଥିଲା। ୨୦୧୬ରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଏହାର ତଦନ୍ତ କରି ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କୁ କ୍ଲିନଚିଟ୍‌ ଦେଇଥିଲା।

ABOUT THE AUTHOR

...view details