ନୂଆଦିଲ୍ଲୀ: ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ହେଲେ ଇଭିଏମ ତ୍ରୁଟି ଯୋଗୁଁ ଦିଲ୍ଲୀର 2ଟି ସ୍ଥାନରେ ଏବେ ସୁଦ୍ଧା ମତଦାନ ପ୍ରକ୍ରିୟା ହୋଇପାରିନଥିବା ଜଣାପଡ଼ିଛି ।
ଦିଲ୍ଲୀ ନିର୍ବାଚନ: 2ଟି ସ୍ଥାନରେ ଇଭିଏମ ତ୍ରୁଟି ଯୋଗୁଁ ଏଯାଏଁ ହୋଇନି ମତଦାନ ପ୍ରକ୍ରିୟା - ଇଭିଏମ ତୃଟି
ଇଭିଏମ ତ୍ରୁଟି ଯୋଗୁଁ ଦିଲ୍ଲୀର 2ଟି ସ୍ଥାନରେ ଏବେ ସୁଦ୍ଧା ମତଦାନ ପ୍ରକ୍ରିୟା ହୋଇପାରିନଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...
ଦିଲ୍ଲୀ ନିର୍ବାଚନ
ଦିଲ୍ଲୀ ଯମୁନା ବିହାରର ସି-10 ବୁଥରେ ଏଯାଏଁ ଭୋଟ ଗ୍ରହଣ ଆରମ୍ଭ ହୋଇନାହିଁ । ଇଭିଏମ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ମତଦାନ ପାଇଁ ଆଜି ସକାଳୁ ବୁଥ ଖୋଲାଯାଇଥିବାବେଳେ ଇଭିଏମ ତ୍ରୁଟି ପରିଲକ୍ଷିତ ହୋଇଥିଲା । ସେପଟେ ଖବର ପାଇ ନିର୍ବାଚନ ଆୟୋଗର ଟେକନିକାଲ ଟିମ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ଏହା ବ୍ୟତୀତ ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରର ସରଦାର ପଟେଲ ବିଦ୍ୟାଳୟର ବୁଥ ନମ୍ବର 114ରେ ମଧ୍ୟ ଇଭିଏମ ତ୍ରୁଟି ଯୋଗୁଁ ମତଦାନ ପ୍ରକ୍ରିୟା ଏବେସୁଦ୍ଧା ଆରମ୍ଭ ହୋଇପାରିନାହିଁ ।