କାବୁଲ: ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ପକ୍ରିୟା ଆରମ୍ଭ ହୋଇଯାଇଛି । ନିର୍ବାଚନ ଚଳିତ ବର୍ଷ ଜୁଲାଇ 20 ତାରିଖରେ ହେବାକୁ ଥିବାବେଳେ ଏହାକୁ ସେପ୍ଟେମ୍ବର 28 ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।
ଆଫଗାନିସ୍ତାନ ରାଷ୍ଟ୍ରପତି ନିର୍ବାଚନ, ମତଦାନ ଆରମ୍ଭ
ମୈଦାନରେ ଦୁଇ ନେତା । ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ ପକ୍ରିୟା । କ୍ଷମତା ହାସଲ କରିବାକୁ ବାଜିରେ ଲାଗିଛି ଆଫଗାନିସ୍ତାନ । ବର୍ତ୍ତମାନର ରାଷ୍ଟ୍ରପତି ଥିବା ଅଶରଫ୍ ଗନୀ ପ୍ରାର୍ଥୀ ହୋଇଥିବାବେଳେ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ଅବଦୁଲ୍ଲା ଅବଦୁଲ୍ଲା ।
ଡ଼ିଜାଇନ୍ ଫଟୋ
ରାଷ୍ଟ୍ରପତି ଦୌଡ଼ରେ ଦୁଇ ଜଣ ପ୍ରାର୍ଥୀ ରଣାଙ୍ଗନକୁ ଓହ୍ଲାଇଛନ୍ତି । ବର୍ତ୍ତମାନର ରାଷ୍ଟ୍ରପତି ଥିବା ଅଶରଫ୍ ଗନୀଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବଦୁଲ୍ଲା ଅବଦୁଲ୍ଲା ।
ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଥିବାବୋଳେ ସୁରକ୍ଷା ଦୃଷ୍ଟିରୁ ଦେଶରେ 10 ହଜାର ସୁରକ୍ଷାବଳ ନିୟୋଜିତ ହୋଇଛନ୍ତି । ଏପଟେ ଦେଶରେ ସବୁବେଳେ ଅଶାନ୍ତି ଓ ବିଦ୍ରୋହ ବୃଦ୍ଧି ପାଉଛି । ତାଲିବାନର ଶକ୍ତି ବୃଦ୍ଧି ପାଇବା ଫଳରେ ଏକପ୍ରକାର ଯୁଦ୍ଧ ଲାଗି ରହିଛି । ପରିଣାମ ସ୍ବରୁପ ଆଫଗାନିସ୍ତାନରେ ପ୍ରତିଦିନ ସାଧାରଣ ଲୋକଙ୍କ ମୃତ୍ୟୁ ହେଉଛି ।