ଓଡିଶା

odisha

ETV Bharat / bharat

ଜୟପୁର ଗସ୍ତରେ ମୋହନ ଭଗବତ, ଆରଏସଏସ କର୍ମୀଙ୍କ ସହ କଲେ ଆଲୋଚନା - mohan bhagwat

ଆରଏସଏସ କର୍ମୀ ସକ୍ରିୟ କାର୍ଯ୍ୟକଳାପ ମାଧ୍ୟମରେ ଭାରତର ପ୍ରକୃତ ତଥା ସତ୍ୟ ଖବର ପ୍ରସାରଣ କରି ଦେଶ ବିରୋଧୀ ଖେଳ ବନ୍ଦ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ ବୋଲି ଆରଏସଏସ ମୁଖ୍ୟ ମୋହନ ଭଗବତ କହିଛନ୍ତି ।

 ଜୟପୁର ଗସ୍ତରେ ମୋହନ ଭଗବତ, ଆରଏସଏସ କର୍ମୀଙ୍କ ସହ କଲେ ଆଲୋଚନା
ଜୟପୁର ଗସ୍ତରେ ମୋହନ ଭଗବତ, ଆରଏସଏସ କର୍ମୀଙ୍କ ସହ କଲେ ଆଲୋଚନା

By

Published : Oct 4, 2020, 10:02 PM IST

ଜୟପୁର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନର ବନ୍ଦ ଶାଖାଗୁଡ଼ିକୁ ପୁନର୍ବାର ଆରମ୍ଭ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଜୟପୁରରେ ଆରଏସଏସ ମୁଖ୍ୟ ମୋହନ ଭଗବତ ଏ ବାବଦରେ ଆଲୋଚନା କରିବା ସହ ଆବଶ୍ୟକ ନିର୍ଦ୍ଦେଶାବଳୀ ଦେଇଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭଗବତ ଏନେଇ କହିଛନ୍ତି, ଆରଏସଏସ କର୍ମୀ ସକ୍ରିୟ କାର୍ଯ୍ୟକଳାପ ମାଧ୍ୟମରେ ଭାରତର ପ୍ରକୃତ ତଥା ସତ୍ୟ ଖବର ପ୍ରସାରଣ କରି ଦେଶ ବିରୋଧୀ ଖେଳ ବନ୍ଦ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ । ନୂତନ ଲୋକଙ୍କୁ ଏହି କାର୍ଯ୍ୟକଳାପରେ ସାମିଲ କରି ସ୍ବୟଂସେବକ ବନାନ୍ତୁ ବୋଲି ସେ କହିଛନ୍ତି ।

ଭଗବତ ରବିବାର ଦିନ ପ୍ରାଦେଶିକ କର୍ମଚାରୀଙ୍କ ସହ ଅଣଔପଚାରିକ ଭାବରେ ଯୋଗାଯୋଗ କରିଥିଲେ ଏବଂ ପରିବାରର ଜ୍ଞାନ, ଗୋ-ସେବା, ଗ୍ରାମ ବିକାଶ ଏବଂ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏନେଇ ଭାଗବତ କହିଛନ୍ତି, ଗତ 6 ମାସ ମଧ୍ୟରେ, ପ୍ରତ୍ୟେକ ବର୍ଗରେ ସଂଗଠନରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଭଳି ଛୋଟ ଛୋଟ ବିଷୟକୁ ନେଇ ପ୍ରତ୍ୟକ ପରିବାରକୁ ଯୋଡିବା ଉପରେ ବୈଠକରେ ବିଚାର କରାଯାଇଥିଲା।

ଦୁଇ ଦିନିଆ ଜୟପୁର ଗସ୍ତରେ ଆସିଥିବା ମୋହନ ଭଗବତ ରବିବାର ଦୁଇଟି ଅଧିବେଶନରେ କାର୍ଯ୍ୟକଳାପ ମୁଖ୍ୟଙ୍କ ସହ କଥାବାର୍ତ୍ତା କରିଥିଲେ। ଏହା ବ୍ୟତୀତ ସେ କୋରୋନା ମହାମାରୀର କଠିନ ପରିସ୍ଥିତିରେ କାର୍ଯ୍ୟକଳାପ କିପରି ଚାଲିଛି ସେନେଇ ସମୀକ୍ଷା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details