ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଧାରା 370 ଉଚ୍ଛେଦ ପରଠୁ ଲାଗିଥିବା ପ୍ରତିବନ୍ଧକ ପ୍ରଶାସନ ପକ୍ଷରୁ ଧିରେ ଧିରେ କୋହଳ କରାଯାଉଛି। ଘାଟିରେ ସମସ୍ତ ସ୍ଥାନୀୟ ପ୍ରିପେଡ ମୋବାଇଲ ସେବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ଶନିବାର ହଟାଇ ଦିଆଯାଇଛି। ଜମ୍ମୁ-କାଶ୍ମୀରର ସ୍ଥିତି ସମୀକ୍ଷା ପରେ ସମସ୍ତ ସ୍ଥାନୀୟ ପ୍ରିପେଡ ସିମ କାର୍ଡ ଉପରେ କଲ ଏବଂ ଏସଏମଏସ ସୁବିଧା ଉପଲବ୍ଧ କରାଯାଇଛି।
ଜମ୍ମୁ-କାଶ୍ମୀର: 6 ମାସ ପରେ ପୁଣି ପ୍ରିପେଡ ମୋବାଇଲ ସେବା ଆରମ୍ଭ - prepaid sim card service restored across jk
ଜମ୍ମୁ ଡିଭିଜନର 10ଟି ଜିଲ୍ଲା ଏବଂ କାଶ୍ମୀରର ବାନ୍ଦୀପୌରା ଏବଂ କୁପୱାଡାରେ 2ଜି ଇଣ୍ଟରନେଟ ସେବା କୋହଳ କରାଯାଇଥିବା ଶନିବାର ଜମ୍ମୁ-କାଶ୍ମୀରର ମୁଖ୍ୟ ସଚିବ ରୋହିତ କଂସଲ ଜଣାଇଛନ୍ତି।
ଏହା ସହିତ ଜମ୍ମୁ ଡିଭିଜନର 10ଟି ଜିଲ୍ଲା ଏବଂ କାଶ୍ମୀରର ବାନ୍ଦୀପୌରା ଏବଂ କୁପୱାଡାରେ 2ଜି ଇଣ୍ଟରନେଟ ସେବା କୋହଳ କରାଯାଇଥିବା ଶନିବାର ଜମ୍ମୁ-କାଶ୍ମୀରର ମୁଖ୍ୟ ସଚିବ ରୋହିତ କଂସଲ ଜଣାଇଛନ୍ତି। ହେଲେ ବଡଗାମ, ଗଣ୍ଡରବଲ, ବାରମୂଳା, ଶ୍ରୀନଗର, କୁଲଗ୍ରାମ, ଅନନ୍ତନାଗ, ଶୋପିଆନ୍ ଏବଂ ପୁଲୱାମାରେ ଏବେ ମଧ୍ୟ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରହିଥିବା ସେ କହିଛନ୍ତି।
ଏହା ସହିତ ସେଠାରେ ସୋସିଆଲ ମିଡିଆ ଉପରେ ମଧ୍ୟ ପ୍ରତିବନ୍ଧକ ଜାରି ରହିବ। ଗତ ବର୍ଷ ଅଗଷ୍ଟ 5 ତାରିଖରେ ଜମ୍ମୁ-କାଶ୍ମୀରୁ 370 ଧାରା ଉଚ୍ଛେଦ ହେବା ପର ଠାରୁ ପ୍ରଶାସନ ପକ୍ଷରୁ ସେଠାରେ ମୋବାଇଲ ସେବା ସମେତ ଅନେକ ସୁବିଧା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।