ନୂଆଦିଲ୍ଲୀ: ଆଇପିଏସ ଅଧିକାରୀ ବିକେ ଜୋହରୀଙ୍କୁ ସୀମା ସୁରକ୍ଷା ବହିନୀ ( ବିଏସଏଫ)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । କ୍ୟାବିନେଟର ନିଯୁ୍କ୍ତି ସମିତି ଏହି ଆଦେଶ ଜାରି କରିଛି ।
ବିକେ ଜୋହରୀ ହେଲେ ବିଏସଏଫର ନୂଆ ଡିଜି
RAW ଅଫିସର ବିକେ ଜୋହରୀ ହେଲେ ବିଏସଏଫର ନୂଆ ଡିଜି । ଜୋହରୀ 31 ଅଗଷ୍ଟରେ ରଜନୀ କାନ୍ତି ମିଶ୍ରଙ୍କ ସ୍ଥାନରେ ପଦଭାର ସମ୍ଭାଳିବେ ।
ଫାଇଲ ଫଟୋ
ନିଯୁକ୍ତି ସମିତିର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ଏହାର ସଦସ୍ୟ ଅଛନ୍ତି ।
ଜୋହରୀ ମଧ୍ୟ ପ୍ରଦେଶ କ୍ୟାଡରର 1984 ବ୍ୟାଚ ଆଇପିଏସ ଅଧିକାରୀ ଅଟନ୍ତି । କ୍ୟାବିନେଟ ସଚିବାଳୟ ଅନ୍ତର୍ଗତ RAWର ବିଶେଷ ସଚିବ ଭାବେ ଜୋହରୀ କାର୍ଯ୍ୟରତ ଥିଲେ । ଜୋହରୀ 31 ଅଗଷ୍ଟରେ ରଜନୀ କାନ୍ତି ମିଶ୍ରଙ୍କ ସ୍ଥାନରେ ପଦଭାର ସମ୍ଭାଳିବେ ।