ଓଡିଶା

odisha

ETV Bharat / bharat

ସିଲ ହେବ ବିଶାଖାପାଟଣା ଏଲଜି ପଲିମର - lg polymer will be seal

ସିଲ ହେବ ବିଶାଖାପାଟଣାର ଏଲଜି ପଲିମର । ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସୋମବାର ତଦନ୍ତ ରାୟ ଜାରି କରିଛନ୍ତି । ଅଧିକ ପଢନ୍ତୁ...

vizag gas leak: lg polymer will be seal
ସିଲ ହେବ ଭାଇଜଗର ଏଲଜି ପଲିମର

By

Published : May 25, 2020, 7:33 PM IST

ଅମରାବତୀ: ବିଶାଖାପାଟଣାରେ ଏଲଜି ପଲିମର ଗ୍ୟାସ୍ ଲିକ୍ କୁ ନେଇ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସୋମବାର ତଦନ୍ତ ରାୟ ପ୍ରକାଶ କରିଛନ୍ତି । ଲିକ୍ ହୋଇଥିବା ପରିସରକୁ ସିଲ୍ କରିବା ସହ ସଂସ୍ଥାର କର୍ମଚାରୀ ବିନା ଅନ୍ୟ କାହାରି ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ଅଦାଲତ ୨୨ ମେରେ ଦେଇଥିବା ରାୟରେ ଦର୍ଶାଇଛନ୍ତି ଯେ, କୌଣସି ନିର୍ଦ୍ଦେଶକ ସରକାରଙ୍କ ବିନା ଅନୁମତିରେ ଦେଶ ଛାଡି ଯାଇପାରିବେ ନାହିଁ ।

ମୁଖ୍ୟ ନ୍ୟାୟାଧୀଶ ଜେ କେ ମାହେଶ୍ବରୀ ଓ ନ୍ୟାୟମୂର୍ତ୍ତୀ ଲଲିତା କାହ୍ନନେତୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହିତ ଗ୍ୟାସ୍ ଲିକରେ ପ୍ରଭାବିତଙ୍କୁ ନ୍ୟାୟ ଦେବା ଦିଗରେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହା ସହ ଦୋଷୀକୁ ଦଣ୍ଡାଦେଶ ଓ କମ୍ପାନୀକୁ ଅନ୍ୟତ୍ର ସ୍ଥାନାନ୍ତରଣ ବି ସେମାନଙ୍କର ସର୍ତ୍ତାବଳୀ ରହିଛି । ଯାଞ୍ଚ ସମୟରେ କୌଣସି ସାମଗ୍ରୀ କମ୍ପାନୀରୁ ଅନ୍ୟତ୍ର ନିଆଯାଇପାରିବ ନାହିଁ । ମେସିନ୍ , ମୋବାଇଲ୍ ଅଥବା ଅନ୍ୟାନ୍ୟ ବୈଷୟିକ ସାମଗ୍ରୀ ନିଜ ସ୍ଥାନରେ ପୂର୍ବ ଭଳି ରହିବ ।

ଏପରିକି ନିର୍ଦ୍ଦେଶକ ବି ନିଜ ପାସପୋର୍ଟ କୋର୍ଟରେ ଦାଖଲ କରିବେ । ଭାରତ ସରକାର ସେମାନଙ୍କ ପାସପୋର୍ଟ ରିଲିଜ୍ ନ କରିବା ପାଇଁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ ଯାଞ୍ଚ ପାଇଁ ଅଧିକାରୀଙ୍କୁ ଦେବା ସହ ଏହାର ସବିଶେଷ ତଥ୍ୟ କମ୍ପାନୀର ରେଜିଷ୍ଟରରେ ଟିପିବାକୁ କହିଛନ୍ତି । ଏହା ସହ ୨୬ ମେ ସୁଦ୍ଧା ରିପୋର୍ଟ ଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କୋର୍ଟ ସମୟ ଦେଇଛନ୍ତି । ଆଗାମୀ ଶୁଣାଣି ୨୯ ମେରେ ହେବ ।

ABOUT THE AUTHOR

...view details