ଅମରାବତୀ: ଏଲଜି ପଲିମରର ସିଇଓଙ୍କୁ ମିଳିଲା ଜାମିନ । ବିଶାଖାପାଟଣା ଗ୍ୟାସ ଲିକ ଘଟଣାରେ ଏଲଜି ପଲିମରର ସିଇଓ ସୁଙ୍କେ ଜ୍ୟୋଙ୍ଗ, ନିର୍ଦ୍ଦେଶକ ଡିଏସ କିମ, ଅପରେସନ ଆଡିସିନାଲ ପିପି ମୋହନ ରାଓଙ୍କ ସମେତ 8 ଜଣ ଅନ୍ୟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ।
ବିଶାଖାପାଟନମ ଗ୍ୟାସ ଲିକ ଘଟଣା: ଏଲଜି ପଲିମର ସିଇଓଙ୍କ ସମେତ 8ଜଣଙ୍କୁ ମିଳିଲା ଜାମିନ୍ - ବିଶାଖାପାଟଣା ଗ୍ୟାସ ଲିକ ଘଟଣା
ବିଶାଖାପାଟଣା ପଲିମର ଗ୍ୟାସ ଲିକ ଘଟଣାରେ ଏଲଜି ପଲିମରର ସିଇଓ ସୁଙ୍କେ ଜ୍ୟୋଙ୍ଗ, ନିର୍ଦ୍ଦେଶକ ଡିଏସ କିମ, ଅପରେସନ ଆଡିସିନାଲ ପିପି ମୋହନ ରାଓଙ୍କ ସମେତ 8 ଜଣ ଅନ୍ୟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ।

ଏଲଜି ପଲିମର ସିଇଓଙ୍କ ସମେତ 8ଜଣଙ୍କୁ ମିଳିଲା ଜାମିନ୍
ଗତ ମାସରେ ପୋଲିସ କହିଥିଲେ ଯେ କମ୍ପାନୀର ସିଇଓ ଏବଂ ଦୁଇ ନିର୍ଦ୍ଦେଶକଙ୍କ ସମେତ 12 ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ରିମାଣ୍ଡ ଅଗଷ୍ଟ 5କୁ ବୃଦ୍ଧି କରାଯାଇଛି।
ପ୍ରକାଶ ଥାଉକି, ଗତ ମେ 7ରେ ବିଶାଖାପାଟଣା ଗ୍ୟାସ ଲିକ୍ ଘଟଣାରେ 12 ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ 100ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଥିଲେ । ଏହାପରେ ଏଲଜି ପଲିମର ପରିଚାଳନା ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା।