ହାଇଦ୍ରାବାଦ: ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମିଲ ହୋଇଛନ୍ତି ମର୍ଚାଣ୍ଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ବିବେକ ଗୁପ୍ତା । ଏହି ଅବସରରେ ଇଟିଭି ଭାରତର ଡେପୁଟି ଏଡିଟର ପାର୍ଥ ପ୍ରୀତମ ଘୋଷ ରୟଙ୍କୁ ଚୀନ ଉପକରଣ ବର୍ଜନ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ।
"ଭାବପ୍ରବଣତା ସ୍ବତନ୍ତ୍ର ସ୍ଥାନରେ ଯଥାର୍ଥତା ରହିଛି, ମାତ୍ର ବାଣିଜ୍ୟ କାରବାରରେ ଏହାର ଗୁରୁତ୍ବ କମ। ଆମର ସମ୍ବେଦନଶୀଳ, ଭାବପ୍ରବଣତା ଓ ଭାବନା ଆମ ଶହୀଦ ଯବାନଙ୍କ ସହିତ ରହିଛି । ଏହା ନିଃସନ୍ଦେହ । ମାତ୍ର ବାଣିଜ୍ୟିକ କାରବାରରେ ଆମଦାନୀର ବିକଳ୍ପ ସହଜ ନୁହେଁ ।" ଏହା କହିଛନ୍ତି ମର୍ଚାଣ୍ଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ବିବେକ ଗୁପ୍ତା ।
କେବଳ ବିକଳ୍ପ ଜିନିଷ ନୁହେଁ, ବରଂ ମୂଲ୍ୟ ନିର୍ଧାରଣ ମଧ୍ୟ ବିରାଟ ସମସ୍ୟା । ଚୀନ ଠାରୁ ମୁହଁ ଫେରାଇବା ଅର୍ଥ ଅଧିକ ମୂଲ୍ୟରେ ବିକଳ୍ପ ଜିନିଷ ଗ୍ରହଣ କରିବା । ମାତ୍ର ଯଦି ଗ୍ରାହକ ଉଚ୍ଚଦାମରେ କ୍ରୟ ପାଇଁ ପ୍ରସ୍ତୁତ ଅଛନ୍ତି ତେବେ, କୌଣସି ଅସୁବିଧା ନାହିଁ । ତେବେ ଏହା କଣ ଏତେ ସହଜ ? ଲୋକମାନେ ଅଧିକ ଦାମରେ କିଣିବେ ତ ? ସମସ୍ତଙ୍କ ଜଣା ଚୀନ ଉତ୍ପାଦିତ ଜିନିଷ ଭରଷାଯୋଗ୍ୟ ନୁହେଁ । ଏହା କେବଳ କେତେ ବର୍ଷ କିମ୍ବା ଘଣ୍ଟା ପାଇଁ ଚାଲିପାରେ । କିନ୍ତୁ ଲୋକମାନେ ସେଥିରେ ସନ୍ତୁଷ୍ଟ । କମ ଦାମରେ ଭରଷା ନଥିବା ଜିନିଷ କିଣିବାକୁ ନିଜକୁ ପ୍ରସ୍ତୁତ କରିଥିଲେ । ତେବେ ଅଷ୍ଟ୍ରେଲିଆ, ଭିଏତନାମ ଓ କମ୍ବାଡିଆରୁ ଜିନିଷ ଆମଦାନୀ ହେଲେ ଏହା ଘଟିବ କି ?
ଆମେ ଭାରତୀୟ ନୂତନ ଆବିଷ୍କାର କିମ୍ବା କୌଣସି ବିଷୟରେ ଅନୁସନ୍ଧାନ କରୁନାହେଁ । ଗୋଟିଏ ପେନସିଲ କିମ୍ବା ସାରପେନରକୁ ଅଧିକ ଗ୍ରହଣୀୟତା ସହ ସୁନ୍ଦର ଦିଶିବା ପାଇଁ, ଅଲଗା ଉପାୟରେ ଆମେ ତିଆରା କରିବାକୁ ଅସମର୍ଥ । ଅନ୍ୟ ଜିନିଷର ଅବିକଳ ନକଲ କରିବାର ମାନସିକତାର ଉର୍ଦ୍ଧ୍ବକୁ ଆମେ ଉଠି ପାରିନୁ ।