ବ୍ୟସ୍ତବହୁଳ ଜୀବନରେ ଶରୀରର ଯତ୍ନ ନେବାକୁ କାହା ପାଖରେ ସମୟ ନାହିଁ । ଏହାର ସିଧାସଳଖ ପ୍ରଭାବ ଆମ ଖାଦ୍ୟାଭାସ ଉପରେ ପଡିଥାଏ । ପ୍ରତିଦିନ ତେଲ ମସଲାଦାର ଖାଦ୍ୟ ଖାଇବା ଫଳରେ ଶରୀରରେ ବିଭିନ୍ନ ରୋଗ ଓ ଭିଟାମିନର ଅଭାବ ଦେଖାଦିଏ । ଯେଉଁଥିପାଇଁ ଦିନକୁ ଦିନ ଦେହ ଦୁର୍ବଳ ଲାଗିବା ସହ ଆଣ୍ଠୁଗଣ୍ଠି ବ୍ୟଥା, ଗୋଡ ଫୁଲିବା, ମାଂସପେଶୀ ବିନ୍ଧା ଭଳି ରୋଗ ଦେଖାଦିଏ । ତେବେ ଏହି ସବୁ ସମସ୍ୟା ଦେଖା ଦେଉଥିଲେ ଶରୀରରେ ଭିଟାମିନ ଡିର ଅଭାବ ପରିଲକ୍ଷିତ ହୋଇଥାଏ ।
ବିଶେଷଜ୍ଞଙ୍କ କହିବା ଅନୁସାରେ ଅତ୍ୟଧିକ ପରିମାଣର ରିଫାଇନ ତେଲର ବ୍ୟବହାର ଭିଟାମିନ ଡି’ ଅଭାବର ମୁଖ୍ୟ କାରଣ । କାରଣ ରିଫାଇନ ତେଲରେ ଥିବା ଟ୍ରାନ୍ସ ଫ୍ୟାଟ୍ ଶରୀରରେ କୋଲେଷ୍ଟ୍ରଲ କମାଇଥାଏ । ହେଲେ କୋଲେଷ୍ଟ୍ରୋଲ ମଲିକୁଲ ଶରୀରରେ ଭିଟାମିନ ଡି ସୃଷ୍ଟି କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।