ଓଡିଶା

odisha

ETV Bharat / bharat

ଭିଟାମିନ-D ଅଭାବରୁ ବଢିପାରେ କୋରୋନା ସଂକ୍ରମଣ: ରିପୋର୍ଟ - covid-19

ଅଧ୍ୟୟନରୁ ଜଣାପଡିଛିଯେ, ଯେଉଁ ଲୋକ କୋଭିଡ-19 ଦ୍ବାରା ସଂକ୍ରମିତ ସେମାନଙ୍କ ବ୍ଲଡ ପ୍ଲାଜମାରେ ଭିଟାମିନ-D ସ୍ତର ସେହି ଲୋକଙ୍କ ତୁଳନାରେ କମ ଥିଲା ଯେଉଁମାନଙ୍କର କୋଭିଡ-19 ରିପୋର୍ଟ ନେଗେଟିଭ ଥିଲା । ଅଧିକ ପଢନ୍ତୁ...

ଭିଟାମିନ-D ଅଭାବରୁ ବଢିବାପାରେ କୋରୋନା ସଂକ୍ରମଣ ବିପଦ: ଅଧ୍ୟୟନ
ଭିଟାମିନ-D ଅଭାବରୁ ବଢିବାପାରେ କୋରୋନା ସଂକ୍ରମଣ ବିପଦ: ଅଧ୍ୟୟନ

By

Published : Jul 29, 2020, 7:15 PM IST

ହାଇଦ୍ରାବାଦ: କୋରୋନୋ ଭାଇରସ ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ତେବେ ରୋଗ ପ୍ରତିରୋଧକ ଶକ୍ତି କମ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ଲୋକମାନେ ସଂକ୍ରମିତ ହେଲେ, ଏହାର ପରିମାଣ ସାଂଘାତିକ ହୋଇପାରେ । କର୍କଟ, କିଡନୀ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା, ହାର୍ଟ ରୋଗୀ, ଡାଇବେଟିସରେ ପୀଡିତ ଲୋକ ସଂକ୍ରମିତ ହେଲେ ବିପଦ ମଧ୍ୟ ବଢିଥାଏ ।

ଭିଟାମିନ-D ଅଭାବରୁ ବଢିବାପାରେ କୋରୋନା ସଂକ୍ରମଣ ବିପଦ: ଅଧ୍ୟୟନ

ଲୋ-ଲେବଲ ଭିଟାମିନ-D ଏବଂ covid-19 ମଧ୍ୟରେ ଲିଙ୍କ

ବାର-ଇଲାନ ୟୁନିଭରସିଟିର ଲୁମିଟ ହେଲଥ ସର୍ଭିସେସ (LHS) ଏବଂ ଆଗ୍ରି ଫ୍ୟାକଲ୍ଟି ଅଫ ଇସ୍ରାଏଲ ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ରକ୍ତ ପ୍ଲାଜମାରେ ନିମ୍ନ ସ୍ତରର ଭିଟାମିନ-D ଏବଂ କୋଭିଡ-19 ସଂକ୍ରମଣ ହେବାର ସମ୍ଭାବନା ରହିଛି।

FEBS ପତ୍ରିକାରେ ପବ୍ଲିକ ରିସର୍ଚ୍ଚ ଅନୁଯାୟୀ, ଅନୁସନ୍ଧାନକାରୀମାନେ 7,807 ଲୋକଙ୍କ ଭିଟାମିନ-D ସ୍ତରକୁ ବିଶ୍ଳେଷଣ କରିଥିଲେ, ସେଥିମଧ୍ୟରୁ 782 (10.1%) କୋଭିଡ-19 ସଂକ୍ରମିତ ଏବଂ ଅନ୍ୟମାନେ ସୁସ୍ଥ ଥିଲେ । ଅନୁସନ୍ଧାନକାରୀମାନେ ଏହି ତଥ୍ୟ ଅଧ୍ୟୟନ କରିଥିଲେ ଏବଂ ଜାଣିବାକୁ ପାଇଲେ ଯେ, ଯେଉଁମାନେ କାଭିଡ-19 ଆକ୍ରାନ୍ତ ଥିଲେ, ସେମାନଙ୍କ ପ୍ଲାଜାମାରେ ଭିଟାମିନ-D ସ୍ତର କୋଭିଡ-19 ନେଗେଟିଭ ଥିବା ଲୋକଙ୍କ ତୁଳନାରେ ଯଥେଷ୍ଟ କମ ଥିଲା ।

ଲ୍ୟୁମିଟ ବିଭାଗର ହେଡ ୟୁଜିନ ମର୍ଜନଙ୍କ ଅନୁଯାୟୀ, 'ଆମର ଅଧ୍ୟୟନର ମୁଖ୍ୟ ତଥ୍ୟ ହେଲା ପ୍ଲାଜାମା ଭିଟାମିନ-D ନିମ୍ନ ସ୍ତର ଏବଂ କୋଭିଡ-19 ସଂକ୍ରମଣ ମଧ୍ୟରେ ସଂଯୋଗ ହେବାର ସମ୍ଭାବନା। ବୟସ, ଲିଙ୍ଗ, ସାମାଜିକ-ଅର୍ଥନୈତିକ ସ୍ଥିତି ଏବଂ ପୁରୁଣା ରୋଗ ଭଲ ହେବା ପରେ ମଧ୍ୟ ଏହି ଲିଙ୍କ ଦେଖାଗଲା । ଅଧିକନ୍ତୁ, କମ ଭିଟାମିନ-D ସ୍ତରର କୋଭିଡ-19 ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା କ୍ଷେତ୍ରରେ ଏହି ଲିଙ୍କ କମ ଗୁରୁତ୍ୱପୂର୍ଣ୍ଣ ଥିଲା।

ଥକ୍କା, ହାଡ ଯନ୍ତ୍ରଣା, ମାଂସପେଶୀ ଦୁର୍ବଳତା, ଯନ୍ତ୍ରଣା କିମ୍ବା କଷ୍ଟ ହେଉଛି ଭିଟାମିନ-ଡି ଅଭାବର ଲକ୍ଷଣ । ଏହି ଅଭାବକୁ ଦୂର କରିବା ପାଇଁ ସୂର୍ଯ୍ୟକିରଣରେ କିଛି ସମୟ ଧରି ବସିବା । ମାଛ, କ୍ଷୀର ଏବଂ କ୍ଷୀରର ବିକଳ୍ପ, ଅଣ୍ଡାର ହଳଦିଆ, ଛତୁ ଇତ୍ୟାଦି ଖାଆନ୍ତୁ । ଏହି ସବୁରେ ଭିଟାମିନ-D ପର୍ଯ୍ୟାପ୍ତ ପରିମାଣରେ ଭରପୁର ରହିଛି ।

ABOUT THE AUTHOR

...view details