ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶର ଅଧିକାଂଶ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆଇନ ବିରୋଧରେ ଚାଲିଥିବା ଏହି ହିଂସକ ପ୍ରଦର୍ଶନକୁ ଦେଶ ବିରୋଧି ବୋଲି କହିଛି ବିଶ୍ବ ହିନ୍ଦୁ ପରିଷଦ(ଭିଏଚପି)। ବିଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରିବା, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନରେ ଧାର୍ମିକ ଉତ୍ପୀଡନର ଶିକାର ହେଉଥିବା ଶରଣାର୍ଥୀଙ୍କୁ ଭାରତରେ ଶରଣ ଦେବାରେ କୌଣସି ବି ଭାରତୀୟଙ୍କ କ୍ଷତି ନୁହେଁ ବୋଲି ଭିଏଚପିର ମହାମନ୍ତ୍ରୀ ମିଲିନ୍ଦ ପରାଣ୍ଡେ କହିଛନ୍ତି।
ତୁଷ୍ଟିକରଣ ନୀତି ଆଧାରରେ ହିଂସା ପାଇଁ ଉସକାଯାଉଛି: ଭିଏଚପି - ନାଗରିକତା ଆଇନ ଉପରେ ଭିଏଚପିର ବୟାନ
ନାଗରିକତା ସଂଶୋଧନ ଆଇନ(ସିଏଏ) କାହାର ବିରୋଧୀ ନୁହେଁ ତ ଏହାର ବିରୋଧ କଣ ପାଇଁ ହେଉଛି ବୋଲି ପ୍ରଶ୍ନ କରିଛି ବିଶ୍ବ ହିନ୍ଦୁ ପରିଷଦ(ଭିଏଚପି)। କିଛି ରାଜନୈତିକ ଦଳ ଦ୍ବାରା ସଂଖ୍ୟାଲଘୁ ତୁଷ୍ଟିକରଣର ନୀତି ଆଧାରରେ ଜନସାଧାରଣଙ୍କୁ ଉସକାଇ ହିଂସା ପ୍ରଦର୍ଶନ କରାଯାଉଥିବା ଭିଏଚପିର ମହାମନ୍ତ୍ରୀ ମିଲିନ୍ଦ ପରାଣ୍ଡେ ଅଭିଯୋଗ କରିଛନ୍ତି।

କିଛି ରାଜନୈତିକ ଦଳ ଦ୍ବାରା ସଂଖ୍ୟାଲଘୁ ତୁଷ୍ଟିକରଣର ନୀତି ଆଧାରରେ ଜନସାଧାରଣଙ୍କୁ ପ୍ରବର୍ତ୍ତାଇ ହିଂସା ପ୍ରଦର୍ଶନ କରାଯାଉଥିବା ମିଲିନ୍ଦ ପରାଣ୍ଡେ ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ ଆଣି ସେ କହିଛନ୍ତି ଯେ, ବାଂଲାଦେଶ ଓ ପାକିସ୍ତାନ ସମୁଦାୟଙ୍କ ପ୍ରତି ରାହୁଲ ସମବେଦନା ପ୍ରକଟ କରୁଥିବା ବେଳେ ସେଠାରେ ପ୍ରତାଡିତ ହିନ୍ଦୁ ସମୁଦାୟଙ୍କ ବିରୋଧ କରୁଛନ୍ତି। ସାବରକରଙ୍କ ଉପରେ ଦେଇଥିବା ବୟାନ ଉପରେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି ଭିଏଚପି ମହାମନ୍ତ୍ରୀ।
ଅନ୍ୟପକ୍ଷେ ଅରାଜକତା ସୃଷ୍ଟି କରୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଷ୍ଟ୍ରୀୟ ସମ୍ପତ୍ତିକୁ କ୍ଷତି ହେବାରୁ ବଞ୍ଚାଇବା ପାଇଁ ମିଲିନ୍ଦ ପରାଣ୍ଡେ ସମସ୍ତ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।