ଓଡିଶା

odisha

ETV Bharat / bharat

ଭାରତରେ ଫସିଥିବା ବିଦେଶୀଙ୍କ ଭିସା ଅବଧି ବୃଦ୍ଧି - Corona outbreak

ଭାରତରେ ରହୁଥିବା ବିଦେଶୀମାନଙ୍କର ଭିସା ମିଆଦିକୁ ବୃଦ୍ଧି କରାଯାଇଛି । ଫେବୃଆରୀ 1ରୁ ଏପ୍ରିଲ 30 ମଧ୍ୟରେ ମିଆଦ ପୂର୍ଣ୍ଣ ହେଉଥିବା ବ୍ୟକ୍ତି ମାନଙ୍କର ଭିସା ଅବଧିକୁ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

Visas of foreigners residing in India due to COVID-19 restrictions extended till April 30: MHA
ଭାରତରେ ଫସିଥିବା ବିଦେଶୀଙ୍କ ଭିସା ଅବଧି ବୃଦ୍ଧି

By

Published : Apr 13, 2020, 8:24 PM IST

ନୂଆଦିଲ୍ଲୀ: ଭାରତରେ ରହୁଥିବା ବିଦେଶୀମାନଙ୍କର ଭିସା ମିଆଦିକୁ ବୃଦ୍ଧି କରାଯାଇଛି । ଫେବୃଆରୀ 1ରୁ ଏପ୍ରିଲ 30 ମଧ୍ୟରେ ମିଆଦ ପୂର୍ଣ୍ଣ ହେଉଥିବା ବ୍ୟକ୍ତି ମାନଙ୍କର ଭିସା ଅବଧିକୁ ବୃଦ୍ଧି କରାଯାଇଛି । ଏହା ସହ ସେମାନଙ୍କୁ ମାଗଣାରେ କନସୁଲାର ସେବା ପ୍ରଦାନ କରାଯିବ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶାନାମାରେ କୁହ।ଯାଇଛି ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, COVID-19 ସଂକ୍ରମଣ ପରିପ୍ରେକ୍ଷୀରେ ଭାରତରେ ରହୁଥିବା ବିଦେଶୀମାନଙ୍କୁ ମାଗଣା ଭିତ୍ତିରେ କନସୁଲାର ସେବା ପ୍ରଦାନ କରାଯିବ ଓ ଫେବୃଆରୀ 1ରୁ ଏପ୍ରିଲ 30 ମଧ୍ୟରେ ମିଆଦ ପୂର୍ଣ୍ଣ ହେବାକୁ ଥିବା ଭିସା ଗୁଡିକର ଅବଧି ବୃଦ୍ଧି ହେବ ।’

ଭାରତରେ ଲକଡାଉନ ପାଇଁ ମାର୍ଚ୍ଚ 28ଠାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ବିଦେଶୀ ନାଗରିକଙ୍କୁ ମାଗଣାରେ କନସୁଲାର ସେବା ପ୍ରଦାନ କରିଛି । ଯାହା ଏପ୍ରିଲ୍ 30 ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଜନସାଧାରଣଙ୍କ ଦ୍ବନ୍ଦ୍ବକୁ ହଟାଇବା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶାନାମାରେ କୁହାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ‘ଭାରତୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଯାତ୍ରା ପ୍ରତିବନ୍ଧକ ହେତୁ ଭାରତରେ ଫସି ରହିଥିବା ବିଦେଶୀମାନଙ୍କର ନିୟମିତ ଭିସା, ଇ-ଭିସା କିମ୍ବା ରହିବାର ସର୍ତ୍ତ 01.02.2020 (ମଧ୍ୟରାତ୍ରି)ରୁ 30.04.2020 (ମଧ୍ୟରାତ୍ରି) ପର୍ଯ୍ୟନ୍ତ ବୃଦ୍ଧି ହେବ ।’ ବିଦେଶୀମାନଙ୍କ ଦ୍ବାରା ଅନଲାଇନ ଆବେଦନ କରାଯିବା ପରେ ଏପ୍ରିଲ୍ 30 (ମଧ୍ୟରାତ୍ରି) ପର୍ଯ୍ୟନ୍ତ ଏହା ମାଗଣାରେ ଉପଲବ୍ଧ ହେବ ବୋଲି ଗୃହ ମନ୍ତ୍ରଣାଳୟ କହିଛି ।

@ANI

For All Latest Updates

ABOUT THE AUTHOR

...view details