ଲକ୍ଷ୍ନୌ: ରାମନଗରୀ ଅଯୋଧ୍ୟାକୁ ପୁଣି ଥରେ ଦରବାର ଭାବରେ ସଜ୍ଜାଯିବ । କୋରୋନା ମହାମାରୀ ଯୋଗୁଁ ପ୍ରଥମ ଥର ପାଇଁ ରାମଲୀଳା ଭର୍ଚୁଆଲରେ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ବଲିଉଡ କଳାକାର ମଧ୍ୟ ସାମିଲ ହେବେ । ଆସନ୍ତା 17 ଅକ୍ଟୋବରରୁ 25 ପର୍ଯ୍ୟନ୍ତ ଏହି ଭର୍ଚୁଆଲ ରାମଲୀଳା କାର୍ଯ୍ୟକ୍ରମ କରାଯିବ ।
ମଙ୍ଗଳବାର ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ପରଭେଶ ସାହିବ ସିଂ ସହ ବଲିଉଡ ଅଭିନେତା ବିନ୍ଦୁ ଦାରା ସିଂ ରାମଲୀଳା ମଇଦାନର ଭୂମିପୂଜନ କରିଛନ୍ତି । ଏହି ରଙ୍ଗମଞ୍ଚରେ ବଲିଉଡର ବଡ ବଡ କଳାକାର ରାମାୟଣ ବିଭିନ୍ନ ଭୂମିକାରେ ନଜର ଆସିବେ । ଏହି କାର୍ଯ୍ୟକ୍ରମରେ ଦର୍ଶକ ସାମିଲ ହୋଇପାରିବେ ନାହିଁ । ସମଗ୍ର ଅଯୋଧ୍ୟା ସହରରେ ବଡ ବଡ ଏଲଇଡି ଲାଇଟ ମାଧ୍ୟମରେ ଲୋକଙ୍କୁ ଲାଇଭ ଦେଖିବାର ବ୍ୟବସ୍ଥା କରାଯିବ ବୋଲି ସାଂସଦ କହିଛନ୍ତି । ଏହା ସହିତ ଦେଶ ବିଦେଶରେ ମଧ୍ୟ ଅନଲାଇନ ମାଧ୍ୟମରେ ପ୍ରସାରିତ କରାଯିବ ।