ଓଡିଶା

odisha

ETV Bharat / bharat

କେଦାରନାଥରୁ ହଟିବ ଭିଆଇପି ଦର୍ଶନ !

ଉତ୍ତରାଖଣ୍ଡର ପ୍ରସିଦ୍ଧା ବାବା କେଦାରନାଥଙ୍କ ମନ୍ଦିରରୁ ହଟିବ ଭିଆଇପି ଦର୍ଶନ । ସାଧାରଣ ଲୋକଙ୍କ ସହ ଏବେ ଧାଡିରେ ଠିଆହୋଇ ଭିଆଇପିମାନେ କରିବେ ଦର୍ଶନ ।

By

Published : Jun 5, 2019, 2:48 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଡେରାଡୁନ: ଉତ୍ତରାଖଣ୍ଡ ରୁଦ୍ରପ୍ରତାପ ଜିଲ୍ଲାର ପ୍ରଶାସନ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି କେତେଗୁଡିଏ ନିଷ୍ପତ୍ତି ନେଇଛନ୍ତି । କେଦାରନାଥଙ୍କ ଦର୍ଶନ ପାଇଁ ଦିନକୁ ଦିନ ବଢୁଥିବା ଭିଡକୁ ନଜରରେ ରଖି ଭିଆଇପି ଦର୍ଶନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଭିଆଇପିମାନେ ମଧ୍ୟ ସାଧାରଣ ଲୋକଙ୍କ ପରି ଧାଡିରେ ଠିଆ ହୋଇ ଦର୍ଶନ କରିବେ । ଯାହାଦ୍ବାରା ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବାରେ କୌଣସି ଅସୁବିଧା ରହିବନାହିଁ ।

ଜିଲ୍ଲା ଅଧିକାରୀ ମଙ୍ଗେସ ଘିଲଡିୟାଲଙ୍କ କହିବାନୂଯାୟାୀ, କେଦାରନାଥ ମନ୍ଦିରର ଯେଉଁ ପୁରୁଣା ଦ୍ବାର ଥିଲା ତାହାକୁ ବନ୍ଦ କରିଦିଆଯାଇଛି । ସାଧାରଣ ଲୋକଙ୍କ ସହ ମିଶି ଏହି ନିଷ୍ପତ୍ତି ବଦ୍ରୀ କେଦାର ମନ୍ଦିର ସମିତି ମିଶି ନେଇଛନ୍ତି । ଯେବେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିଯିବ ସେହି ସମୟରେ ଏହି ପୁରୁଣା ଦ୍ବାରକୁ ଖୋଲାଯିବ ।

ସୂଚନାନୂଯାୟୀ, କେଦାରନାଥ ମନ୍ଦିରର ଦ୍ବାର ଖୋଲିବା ଦିନ ଠାରୁ ମନ୍ଦିରରେ ପ୍ରତ୍ୟେକ ଦିନ 20 ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ଯେଉଁଥିପାଇଁ ପ୍ରଶାସନକୁ ବହୁ ଅସୁବିଧା ଭୋଗିବାକୁ ପଡୁଛି । ସେହିପରି ଅନ୍ୟପଟେ ଜଳବାୟୁରେ ବାରମ୍ବାର ପରିବର୍ତ୍ତନ ହେଉଛି । ଯାହା ପ୍ରଶାସନ ପାଇଁ ବଡ ସମସ୍ୟା ହୋଇ ଠିଆହେଇଛି ।

ABOUT THE AUTHOR

...view details