ଚଣ୍ଡିଗଡ଼: ଟ୍ରାକ୍ଟର ପରେଡ୍ ହିଂସା ପରେ ପଡୋଶୀ ରାଜ୍ୟ ହରିୟାଣା ଓ ପଞ୍ଜାବରେ ହାଇଆଲର୍ଟ । କେନ୍ଦ୍ର ସରକାର ଆଣିଥିବା ନୂତନ କୃଷକ ଆଇନକୁ ବିରୋଧ କରି କୃଷକ ଟ୍ରାକ୍ଟର ପରେଡରେ ହୋଇଥିବା ହିଂସା ଗ୍ରହଣୀୟ ନୁହେଁ । ଐତିହାସିକ ଲାଲକିଲ୍ଲାରେ ଘଟିଥିବା ଘଟଣାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିନ୍ଦା କରିବା ସହ କୃଷକମାନଙ୍କୁ ତୁରନ୍ତ ଜାତୀୟ ରାଜଧାନୀ ଖାଲି କରି ନିଜ ସୀମାକୁ ଫେରିବାକୁ ଅନୁରୋଧ କରିଛନ୍ତି, ଯେଉଁଠାରେ ସେମାନେ ଗତ ଦୁଇମାସ ଧରି ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରି ଆସୁଥିଲେ ।
ଦିଲ୍ଲୀର ଉତ୍ତେଜନା ଏବଂ ହିଂସା ମଧ୍ୟରେ ସିଂ ପଞ୍ଜାବରେ ହାଇଆଲର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ଯେପରି ଖରାପ ନହୁଏ ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷକ ନେତାମାନେ ହିଂସାରୁ ନିଜକୁ ଅଲଗା କରିସାରିଛନ୍ତି ବୋଲି ଦର୍ଶାଇ ସେ କହିଛନ୍ତି ଯେ ଆନ୍ଦୋଳନକାରୀ କୃଷକମାନେ ତୁରନ୍ତ ଜାତୀୟ ରାଜଧାନୀ ଖାଲି କରି ସୀମାରେ ଥିବା ନିଜ ଶିବିରକୁ ଫେରିବା ଉଚିତ ଏବଂ ଏଭଳି ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସହ ଜଡିତ ହେବା ଉଚିତ୍।