ଓଡିଶା

odisha

ETV Bharat / bharat

‘କୌଣସି ମସଜିଦ୍ ଭଙ୍ଗାଯାଇନି, ଦଣ୍ଡ ମିଳିଲେ ଜେଲ୍ ଯିବି’ - vinay-katiyar-accused-in-babri-masjid

28 ବର୍ଷ ପରେ ଆଜି ବାବ୍ରୀ ମସଜିଦ ଭାଙ୍ଗିବା ମାମଲାର ରାୟ ଆସୁଛି। ଏହି ମାମଲାରେ ମୋଟ 49 ଅଭିଯୁକ୍ତ ଥିଲେ ଯେଉଁମାନେ ବିବାଦୀୟ ଢାଞ୍ଚାକୁ ଭାଙ୍ଗି ଦେଇଥିଲେ । ଏହି ମାମଲାରେ ଜଡିତ ଥିବା ଅଭିଯୁକ୍ତ ବିନୟ କଟିୟାର କହିଲେ ଦଣ୍ଡ ମିଳିଲେ ଜେଲ୍ ଯିବି ।

ବିନୟ କଟିୟାର
ବିନୟ କଟିୟାର

By

Published : Sep 30, 2020, 12:17 PM IST

ନୂଆଦିଲ୍ଲୀ: 28 ବର୍ଷ ପରେ ଆଜି ବାବ୍ରୀ ମସଜିଦ ଭାଙ୍ଗିବା ମାମଲାର ରାୟ ଆସୁଛି। ଏହି ମାମଲାରେ ମୋଟ 49 ଅଭିଯୁକ୍ତ ଥିଲେ । ସେଥିମଧ୍ୟରୁ 17 ଜଣଙ୍କର ମୃତ୍ୟୁ ହୋଇଛି, ତେଣୁ ବର୍ତ୍ତମାନ 32 ଅଭିଯୁକ୍ତଙ୍କ ବିରୋଧରେ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ଏହି ଅଭିଯୁକ୍ତମାନଙ୍କ ମଧ୍ୟରେ ବିନୟ କଟିୟାରଙ୍କ ସମେତ ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ନାମ ମଧ୍ୟ ରହିଛି।

ବିନୟ କଟିୟାର କହିଛନ୍ତି ଯେ ବାବ୍ରୀ ମସଜିଦ ଭାଙ୍ଗିବାରେ ତାଙ୍କର କୌଣସି ଦୁଃଖ ନାହିଁ । ସେଠାରେ ପ୍ରଥମେ ଏକ ମନ୍ଦିର ଥିଲା ଏବଂ ସେହି ମନ୍ଦିର ପୁଣି ନିର୍ମାଣ କରାଯାଉଛି। ବିନୟ କଟିୟାର କହିଛନ୍ତି ଯେ ଏହା ଏକ ମସଜିଦ ନୁହେଁ ବରଂ ଏକ ପୁରୁଣା ଗଠନ। ସେ ଏହା ମଧ୍ୟ କହିଛନ୍ତି ଯେ ଢାଞ୍ଚା ଭାଙ୍ଗିବା ପାଇଁ କୌଣସି ଷଡଯନ୍ତ୍ର କରାଯାଇ ନାହିଁ।

ସେ ମଧ୍ୟ କଂଗ୍ରେସକୁ ଘେରି ଦାବି କରିଛନ୍ତି ଯେ ଯେଉଁମାନଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି, ସେହି ସମସ୍ତ ଲୋକ ଭଙ୍ଗାରୁଜା ହେବାରୁ ଅଟକାଇଛନ୍ତି । କଟିୟାର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ସରକାରଙ୍କ ନେତୃତ୍ବରେ ସିବିଆଇ ମିଥ୍ୟା ଅଭିଯୋଗ ଆଣିଛି ଏବଂ ଏହା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ । ପ୍ରକାଶଥାଉକି, 6 ଡିସେମ୍ବର 1992 ରେ ବାବ୍ରୀ ମସଜିଦ ଅଯୋଧ୍ୟାରେ ଭାଙ୍ଗି ଦିଆଯାଇଥିଲା। ଏହା ପରେ ବାବ୍ରୀ ଭାଙ୍ଗିବା ମାମଲାରେ ମୋଟ 49 ଜଣଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଥିଲା। ଏହି ଲୋକଙ୍କ ମଧ୍ୟରୁ 17 ଜଣଙ୍କର ମୃତ୍ୟୁ ହୋଇଛି। ଲକ୍ଷ୍ନୌର ସିବିଆଇ କୋର୍ଟ ଆଜି ଅବଶିଷ୍ଟ ଅଭିଯୁକ୍ତଙ୍କ ଉପରେ ରାୟ ଦେବାକୁ ଯାଉଛି।

ABOUT THE AUTHOR

...view details