ଲକ୍ଷ୍ନୌ: ହାଥରସର ଦଳିତ ଝିଅ ସହ ହୋଇଥିବା ଅମାନବିକତା ଘଟଣାଠାରୁ ଅଧିକ ଭୟାବହ କିଛି ନୁହେଁ । ପରିବାର ପାଇଁ ଏହା ଅତ୍ୟନ୍ତ କଷ୍ଟଦାୟକ ସମୟ । ମାତ୍ର ଏଭଳି ସମୟରେ ଉତ୍ତରପ୍ରଦେଶ କରିଥିବା କାର୍ଯ୍ୟ ସେମାନଙ୍କ କ୍ଷତକୁ ଅଧିକ ବଢେଇଦେଇଛି । ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ପୋଲିସ ନିଜ ଇଚ୍ଛାରେ ଅନ୍ତିମ ସଂସ୍କାର କରିଛି । ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ପୀଡିତାଙ୍କ ଶେଷ ଦର୍ଶନ ପାଇଁ 15 ମିନିଟ ମାଗିଥିଲେ ବି ପୋଲିସ ଶେଷ ଦର୍ଶନ କରିବାକୁ ଦେଇନଥିଲା । କିନ୍ତୁ ପୋଲିସ ଏହି ଘଟଣାକୁ ଗ୍ରହଣ କରିନଥିଲା । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ପରେ ପୋଲିସ ମୃତଦେହ ନେଇ ହାଥରସରେ ପହଞ୍ଚିଥିଲା। ସେତେବେଳେ ରାତି ପ୍ରାୟ 12ଟା45ମିନିଟ ହୋଇଥିଲା । ଆମ୍ବୁଲାନ୍ସ ପହଞ୍ଚିବା ମାତ୍ରେ ଲୋକେ ବିରୋଧ କରିବା ଆରମ୍ଭ କରିଥିଲେ। ରାଗିଯାଇ ଗ୍ରାମବାସୀ ରାସ୍ତାରେ ବସିଥିଲେ ।