ଓଡିଶା

odisha

ETV Bharat / bharat

ମୃତ ମହିଳାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ହଟହଟା ଗାଁ ମୁଖିଆ

ମୃତ୍ୟୁ ପ୍ରମାଣପତ୍ରରେ ମୃତ ମହିଳାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବାର ଏକ ଫଟୋ କପି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶର ଉନ୍ନାଓରୁ ଏହିଭଳି ରୋଚକ ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

By

Published : Feb 26, 2020, 10:51 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୋପାଳ: ଡେଥ ସାର୍ଟିଫିକେଟ ପ୍ରଦାନ ସମୟରେ ଗ୍ରାମ ମୁଖିଆଙ୍କ ଅଜବ ତଥ୍ୟ ପ୍ରଦାନ । ପ୍ରମାଣପତ୍ରରେ ମୃତ ମହିଳାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବାର ଏକ ଫଟୋ କପି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉତ୍ତର ପ୍ରଦେଶର ଉନ୍ନାଓରୁ ଏହିଭଳି ରୋଚକ ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ଅଶୋକ ବ୍ଲକ ଅନ୍ତର୍ଗତ ସରିୱରିୟା ଗ୍ରାମର ଲଷ୍ମୀ ଶଙ୍କରଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ପରେ ତାଙ୍କ ପୁଅ ଆର୍ଥିକ ସହାୟତା ପାଇଁ ଗ୍ରାମ ମୁଖିଆ ବାବୁଲାଲଙ୍କ ନିକଟରୁ ମୃତ୍ୟୁ ପ୍ରମାଣପତ୍ର ପାଇଁ ପହଞ୍ଚିଥିଲେ ।

ସେଠାରେ ଗ୍ରାମ ମୁଖିଆ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ଓ ସେଥିରେ ମୃତବ୍ୟକ୍ତିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଥିବା ଲେଖି ଦେଇଥିଲେ । ପରେ ଏହି ଫଟୋ କପିଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଶେଷରେ ଗ୍ରାମ ମୁଖିଆ ଏହିଭଳି ଭୁଲ ପାଇଁ କ୍ଷମାପ୍ରାର୍ଥନା କରିବା ସହ ନୂଆ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ABOUT THE AUTHOR

...view details