ଓଡିଶା

odisha

By

Published : Sep 9, 2019, 3:00 PM IST

ETV Bharat / bharat

'ଭାଙ୍ଗିନି ବିକ୍ରମ'

ଭାଙ୍ଗିନି ବିକ୍ରମ । ଚନ୍ଦ୍ରଯାନ-2ର ଲ୍ୟାଣ୍ଡର 'ବିକ୍ରମ' ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଛି । ଏହା ଏକ ପାଖିଆ ହୋଇ ଢଳି ପଡ଼ିଥିବା ଇସ୍ରୋର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ ପରେ ମଧ୍ୟ ଭାଙ୍ଗିନି ବିକ୍ରମ । ଚନ୍ଦ୍ରଯାନ-2ର ଲ୍ୟାଣ୍ଡର 'ବିକ୍ରମ' ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଛି । କେତେକ ଅସୁବିଧା ଯୋଗୁ ଲ୍ୟାଣ୍ଡର ବିକ୍ରମ ନିର୍ଦ୍ଦିଷ୍ଟ ପଥରୁ ବାହାରି ଯାଇ ଚନ୍ଦ୍ରପୃଷ୍ଠରେ ଜୋର୍‌ରେ ପଡ଼ିଯାଇଥିଲା । ତେବେ ଏହା କେବଳ ଏକ ପାଖିଆ ହୋଇ ଢଳି ପଡ଼ିଥିବା ଇସ୍ରୋର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ବିକ୍ରମ ସହିତ ଯୋଗାଯୋଗ ପାଇଁ ଉଦ୍ୟମ ଜାରି ରହିଛି । ଖୁବ୍‌ ଶୀଘ୍ର ବିକ୍ରମ ସହ ସମ୍ପର୍କ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ରବିବାର ଚନ୍ଦ୍ରଯାନ-2 ର ଲ୍ୟାଣ୍ଡର ବିକ୍ରମ ସ୍ଥିତି ଜଣାପଡିଥିବା ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଥିଲେ । ତେବେ କେବଳ ସ୍ଥିତି ଜଣାପଡିଥିବାବେଳେ ଯୋଗାଯୋଗ ହୋଇପାରିନଥିଲା । ଅର୍ବିଟରର ଥର୍ମାଲ ଇମେଜ କ୍ୟାମେରା ମାଧ୍ୟମରେ ବିକ୍ରମର ଫଟୋ ନିଆଯାଇଥିଲା ।

ତେବେ ବର୍ତ୍ତମାନ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ଇସ୍ରୋ ପାଖରେ 12 ଦିନ ସମୟ ରହିଛି । ସୂଚନାଯୋଗ୍ୟ ଯେ, ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମୟରେ ମାତ୍ର 2.1 କିମି ଉପରୁ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ଯାହାପରେ ବିକ୍ରମ ରାସ୍ତା ଭୁଲି ନିଜର ନିର୍ଦ୍ଧାରିତ ସ୍ଥାନରୁ ପ୍ରାୟ 500 ମିଟର ଦୂରରେ ଅବତରଣ କରିଥିଲା ।

ABOUT THE AUTHOR

...view details