ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଏନକାଉଣ୍ଟରକୁ ନେଇ ବିବାଦ ଘନେଇବାରେ ଲାଗିଛି । ବିରୋଧୀ ଦଳ ନେତା ୟୁପି ସରକାରଙ୍କ ଉପରେ ଏନେଇ ବାରମ୍ବାର ଟାର୍ଗେଟ କରୁଥିବା ବେଳେ ମୋଷ୍ଟ ୱାଣ୍ଟେଡ ଅପରାଧୀ ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ବିକାଶ ଦୁବେ ଶରୀରରେ ତିନୋଟି ଗୁଳି ବାଜିଥିବା ନେଇ ସୁନିଶ୍ଚିତ ହୋଇଛି ।
ଆସିଲା ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ - ବିକାଶ ଦୁବେର ଏନକାଉଣ୍ଟର
ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଏନକାଉଣ୍ଟରକୁ ନେଇ ବିବାଦ ଘନେଇବାରେ ଲାଗିଛି । ମୋଷ୍ଟ ୱାଣ୍ଟେଡ ଅପରାଧୀ ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ବିକାଶ ଦୁବେ ଶରୀରରେ ତିନୋଟି ଗୁଳି ବାଜିଥିବା ନେଇ ସୁନିଶ୍ଚିତ ହୋଇଛି ।
![ଆସିଲା ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ _bikash dubbe encounter upadate](https://etvbharatimages.akamaized.net/etvbharat/prod-images/768-512-7980884-89-7980884-1594448111327.jpg)
ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ବିକାଶ ଦୁବେ ଛାତିରେ ଦୁଇଟି ଗୁଳି ବାଜିଥିବା ବେଳେ ଆଉ ଏକ ଗୁଳି ଅଣ୍ଟାରେ ବାଜିଥିଲା । ତେବେ ଅଧିକ ରକ୍ତସ୍ରାବ ହେତୁ ବିକାଶ ଦୁବେ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଯାଇଛି ।
ପ୍ରକାଶ ଥାଉକି, ଗତ ଶୁକ୍ରବାର ସକାଳେ ବିକାଶ ଦୁବେଙ୍କୁ କାନପୁରକୁ ଆଣିଥିବା ଏସଟିଏଫ୍ କନଭେନର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ କାରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିକାଶ ଦୁବେ ପୋଲିସଙ୍କ ବନ୍ଧୁକ ଛଡ଼ାଇ ଖସି ପଳାଇ ଯିବାକୁ ପ୍ରୟାସ କରୁଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଥିଲା। ଘଟଣାସ୍ଥଳରୁ ସାତରୁ ଆଠ କିଲୋମିଟର ଦୂରରେ ବିକାଶ ଦୁବେ ଏବଂ ପୋଲିସ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ବିକାଶ ଦୁବେର ମୃତ୍ୟୁ ହୋଇଥିଲା ।