ଓଡିଶା

odisha

By

Published : Jul 22, 2020, 12:10 PM IST

ETV Bharat / bharat

ବିକାଶ ଦୁବେ ମାମଲା: ଭାଇ ଦୀପ ପ୍ରକାଶ ଫେରାର, ଆତ୍ମସମର୍ପଣ ପାଇଁ କହିଲେ ଗ୍ୟାଙ୍ଗଷ୍ଟର ମା'

ଏନକାଉଣ୍ଟର ପରେ ବିକାଶ ଦୁବେର ମା'ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବିକାଶର ଏନକାଉଣ୍ଟର ହେବା ପରେ ଦୀପକ ନଲୁଚି ବରଂ ପୋଲିସ ପାଖରେ ସରେଣ୍ଡର କରିବାକୁ ତାଙ୍କ ମା' କହିଛନ୍ତି ।

vikas dubey
ବିକାଶ ଦୁବେର ମା'ଙ୍କ ପ୍ରତିକ୍ରିୟା

ୁକାନପୁର: ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହେବାପରେ ତାର ଭାଇ ଦୀପ ପ୍ରକାଶ ଓରଫ ଦୀପକ ମଧ୍ୟ ଫେରାର ଅଛି । ଯାହାକୁ ନେଇ ଦୀପକ ମୁଣ୍ଡ ଉପରେ 20 ହଜାର ଟଙ୍କା ପୁରସ୍କାର ଘୋଷଣା କରିବା ପରେ ତାକୁ ଧରିବାକୁ ତଦନ୍ତ ଜୋରଦାର କରିଛି ପୋଲିସ । ତେବେ ଏହାରି ମଧ୍ୟରେ ବିକାଶ ଦୁବେର ମା'ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବିକାଶର ଏନକାଉଣ୍ଟର ହେବା ପରେ ଦୀପକ ନଲୁଚି ବରଂ ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ ତାଙ୍କ ମା' କହିଛନ୍ତି ।

ଦୀପକ ସନ୍ଧାନରେ କାନପୁର ପୋଲିସର ଏକ ଟିମ୍ ମଙ୍ଗଳବାର ରାତିରେ କୃଷ୍ଣନଗରରେ ଥିବା ତାଙ୍କ ବାସଭବନରେ ପହଞ୍ଚିଥିଲେ । ପୋଲିସ ଟିମ୍ ଦୀପକଙ୍କ ଘରେ ଉପସ୍ଥିତ ଥିବା ଦୁଇ ଜଣଙ୍କୁ ପଚରାଉଚରା କରିବା ପରେ କୃଷ୍ଣନଗର ପୋଲିସ ସହିତ ଯୋଗାଯୋଗ କରିଥିଲେ ।

ଏହି ସମୟରେ ତାଙ୍କ ମା କହିଛନ୍ତି ଯେ ଦୀପ ପ୍ରକାଶ, ଦୟାକରି ଆଗକୁ ଆସେ ଏବଂ ଆତ୍ମସମର୍ପଣ କର । ନଚେତ୍ ପୋଲିସ ତୋତେ ଏବଂ ତୋ ପରିବାରକୁ ହତ୍ୟା କରିଦେବେ । ତାଙ୍କ ମା' ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସ କିଛି କରିବ ନାହିଁ ବରଂ ତୁମକୁ ସୁରକ୍ଷା ଯୋଗେଇବ । ତୁ ତ କିଛି କରିନାହଁ, ନିଜ ଭାଇ ବିକାଶ ଦୁବେ କାରଣରୁ ତୁ ଏଣେତେଣେ କଣ ପାଇଁ ଲୁଚୁଛୁ ।

ରବିବାର ଦୀପ ପ୍ରକାଶ ଉପରେ ପୋଲିସ ଏହି ପୁରସ୍କାର ଘୋଷଣା କରିଛି । ଦୀପ ପ୍ରକାଶ ନାଁରେ କୃଷ୍ଣନଗର କୋତୱାଲିରେ ମାମଲା ରୁଜୁ କରାଯାଇଥିଲା । ସେ ବିକାଶ ସହ ମିଶିଥିଲେ, ପରେ ସେ ନିଲାମ ହୋଇଥିବା କାରକୁ ମାଲିକ ଠାରୁ ବଳପୂର୍ବକ ଛଡାଇ ଆଣିଥିଲେ । ଏହାସହ କାନପୁର କାଣ୍ଡ ପରେ ହିଁ ଦୀପ ଘରୁ ଫେରାର ଥିଲା । ନିଲାମରେ ନିଆଯାଇଥିବା କାରଟି ଦୀପ ଘରୁ ଉଦ୍ଧାର କରାଯାଇଥିଲା । ଯାହାପରେ ପୋଲିସ ଏବେ ଦୀପକୁ ଧରିବାକୁ ବିଭିନ୍ନ ସ୍ଥାନରେ ଖାନ୍ ତଲାସି ଜାରି ରଖିଛି ।

ABOUT THE AUTHOR

...view details