ବିଜୟୱାଡା: ଚୋରା ଚାଲାଣ ହେଉଥିବାବେଳେ ବିଲୁପ୍ତ ପ୍ରଜାତିର ତାରା ପିଠିଆ ୫୦୦ ବିରଳ ପ୍ରଜାତିର କଇଁଛ ଉଦ୍ଧାର କରିଛି ଡିଆରଆଇ(ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ) | ଗୁଇନ୍ଦା ସୂତ୍ରକୁ ଆଧାର କରି ବିଜୟୱାଡା ରେଳଷ୍ଟେସନରେ ବୁଧବାର ଚଢାଉ କରିଥିଲା ଡିଆରଆଇ । କଇଁଛଙ୍କୁ ଇଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି କଇଁଛମାନଙ୍କୁ ଅନନ୍ତପୁର ଜିଲ୍ଲାର କେଦେରିରୁ ଅହମ୍ମଦାବାଦ ପଠାଯାଉଥିବାବେଳେ ବିଜୟୱାଡାରେ ଉଦ୍ଧାର କରାଯାଇଛି ।
ଚୋରା ଚାଲାଣବେଳେ ବିରଳ ପ୍ରଜାତିର 500 କଇଁଛ ଉଦ୍ଧାର, ଜଣେ ଗିରଫ - ବିଜୟୱାଡା ରେଳଷ୍ଟେସନରେ ଚଢାଉ କଇଁଛ ଜବତ
ଗୁଇନ୍ଦା ସୂତ୍ରକୁ ଆଧାର କରି ବିଜୟୱାଡା ରେଳଷ୍ଟେସନରେ ଚଢାଉ କରିଥିଲା ଡିଆରଆଇ । ସେଠାରୁ ବିଲୁପ୍ତ ପ୍ରଜାତିର ତାରା ପିଠିଆ ୫୦୦ ବିରଳ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି । ଏହାସହ ଜଣେ ଚୋରା ଚାଲାଣକାରୀକୁ ଗିରଫ କରାଯାଇଛି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ବନ୍ୟପ୍ରାଣୀ ସଂରକ୍ଷଣ ଆଇନ (ଇଣ୍ଡିଆନ୍ ଓ୍ଵାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ,୧୯୭୨) ଅନୁଯାୟୀ ଏହି ବିରଳ ପ୍ରଜାତିର କଇଁଛଙ୍କୁ ଉଦ୍ଧାର କରାଯାଇଛି । ଏହାସହ କଷ୍ଟମ ଆକ୍ଟ ୧୯୬୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି ଡିଆରଆଇ । ଏହି କଇଁଛମାନଙ୍କୁ ଚାଲାଣ କରାଯିବ ବେଆଇନ ହୋଇଥିବାବେଳେ ଅନ୍ତର୍ଜାତୀୟ ବଜାରରେ ଏହି କଇଁଛର ଚାହିଦା ରହିଛି |