ଓଡିଶା

odisha

ETV Bharat / bharat

ବିଜୟଓ୍ବାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ: ସମବେଦନା ଜଣାଇଲେ ପିଏମ ଓ ଗୃହମନ୍ତ୍ରୀ - ବିଜୟଓ୍ବାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା କୋଭିଡ କେୟାରରେ ଅଗ୍ନିକାଣ୍ଡରେ ଟ୍ବିଟ କରି ସମବେଦନା ଜଣାଇଲେ ନେତା ଓ ମନ୍ତ୍ରୀ । ଅଧିକ ପଢନ୍ତୁ...

ବିଜୟଓ୍ବାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ
ବିଜୟଓ୍ବାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

By

Published : Aug 9, 2020, 11:32 AM IST

ଅମରାବତୀ: ବିଜୟଓ୍ବାଡା ସ୍ଥିତ ଏକ କୋଭିଡ କେୟାର ସେଣ୍ଟରରେ ରବିବାର ସକାଳୁ ଘଟିଥିବା ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା 7 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଥିବାବେଳେ, ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

@narendramodi

ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ମନ୍ତ୍ରୀ ଓ ନେତା ଦୁଃଖ ପ୍ରକାଶ କରିଛନ୍ତି । ପିଏମ ଟ୍ବିଟ କରି ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାକୁ ଧୈର୍ଯ୍ୟ ଦେବା ସହ ଏଥିରେ ଗୁରୁତର ହୋଇଥିବା ରୋଗୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

@AmitShah

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରି ଏଥିରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଏହା ସହ କେନ୍ଦ୍ର ପକ୍ଷରୁ ଯେତେ ସମ୍ଭବ ସେନେଇ ସାହାଯ୍ୟ କରାଯିବା ନେଇ ଆଶ୍ବାସନା ଦେଇ ଗୁରୁତରଙ୍କ ଯଥା ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ବିଜୟଓ୍ବାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଦୁଃଖ ପ୍ରକାଶ କଲେ ଆନ୍ଧ୍ରପ୍ରଦେଶ ପୂର୍ବ ସିଏମ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହାର ଯାଞ୍ଚ କରିବା ନେଇ ଆଦେଶ ଦେଇଛନ୍ତି । ଏନେଇ ସେ ଏଥିରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ରାଶି ଭାବେ 50 ଲକ୍ଷ ଟଙ୍କା ଦେବା ନେଇ ଘୋଷଣା କରିଛନ୍ତି ।

ବିଜୟଓ୍ବାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ''ରବିବାର ସକାଳୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିବା ଘଟଣା ବହୁତ ଦୁଃଖ ଦେଇଛି । ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାର ପ୍ରତି ମୋର ସମବେଦନା ରହିଛି । ଗୁରୁତରଙ୍କ ଶୀଘ୍ର ସୁସ୍ଥ ହେବା ନେଇ ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି'' ।

ABOUT THE AUTHOR

...view details