ଓଡିଶା

odisha

ETV Bharat / bharat

ବ୍ୟକ୍ତିଗତ-ପାରିବାରିକ ସମ୍ପତ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ମାଲ୍ୟା - ବ୍ୟକ୍ତିଗତ ଏବଂ ପାରିବାରିକ ସମ୍ପତ୍ତି

ବ୍ୟକ୍ତିଗତ ଏବଂ ପାରିବାରିକ ସମ୍ପତ୍ତି ଉପରେ ରହିତାଦେଶ ଲାଗି ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଛନ୍ତି ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟା । ପୂର୍ବରୁ ବମ୍ବେ ହାଇକୋର୍ଟ ତାଙ୍କର ଏହି ଯାଚିକାରୁ ଖାରଜ କରିଥିଲେ ।

ଫାଇଲ ଫଟୋ

By

Published : Jul 28, 2019, 12:01 PM IST

ନୂଆଦିଲ୍ଲୀ: ବ୍ୟକ୍ତିଗତ ଏବଂ ପାରିବାରିକ ସମ୍ପତ୍ତି ଉପରେ ରହିତାଦେଶ ଲାଗି ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମାଲ୍ୟା ସୁପ୍ରିମକୋର୍ଟରେ ଏନେଇ ଏକ ଯାଚିକା ଦାୟର କରିଛନ୍ତି । ଉକ୍ତ ଯାଚିକାରେ କେବଳ କିଙ୍ଗ୍ ଫିସର କମ୍ପାନୀ ସହ ଜଡିତ ସମ୍ପତ୍ତି ଆଟାଚ୍ କରିବାକୁ ଉଲ୍ଲେଖ ରହିଛି । ଆସନ୍ତାକାଲି ଅର୍ଥାତ୍ ଜୁଲାଇ 29 ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ।

ସୂଚନାନୁସାରେ, ଏହାପୂର୍ବରୁ ମାଲ୍ୟା ନିଜର ବ୍ୟକ୍ତିଗତ ସମ୍ପତ୍ତି ଏବଂ ନିଜ ଉପରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ରହିତାଦେଶ ଲାଗି ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାୟର କରିଥିଲେ । ଯାହାକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଥିଲେ ।

ସେ ନିଜ ଯାଚିକାରେ କହିଥିଲେ ଯେ, ତଳ କୋର୍ଟ ଏବଂ ସରକାରୀ ତଦନ୍ତକାରୀ ସଂସ୍ଥା ତାଙ୍କ ସମ୍ପତ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ କରିପାରିବେ । କିନ୍ତୁ ଏହା ଉପରେ ରୋକ ଲଗାଯାଉ । ଯେପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟ ଏଫଇଓ ଅଧିନିୟମର ଧାରାରେ ମାଲ୍ୟାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଚାଲେଞ୍ଜ କରୁଥିବା ମାମଲାର ଶୁଣାଣି କରିନାହାଁନ୍ତି ସେ ପର୍ଯ୍ୟନ୍ତ ତଳ କୋର୍ଟ ଏବଂ ସରକାରୀ ତଦନ୍ତକାରୀ ସଂସ୍ଥା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନାହିଁ । ମାଲ୍ୟା ନିଜ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣାକୁ ନେଇ ହାଇକୋର୍ଟକୁ ଚାଲେଞ୍ଜ କରିଛନ୍ତି ।

ପିଏମଏଲଏ କୋର୍ଟ ଜାନୁଆରୀରେ ମାଲ୍ୟାଙ୍କୁ ଅର୍ଥନୈତିକ ପଳାତକ ଘୋଷଣା କରିଥିଲେ । ଏହା ଏକ ଅସମ୍ବିଧାନିକ ଅଭିଯୋଗ ବୋଲି ସେ ହାଇକୋର୍ଟରେ କହିଥିଲେ । ଏହି ଅଭିଯୋଗକୁ ହଟାଇ ଦିଆଯାଉ । ସୂଚନାଯୋଗ୍ୟ, ଭାରତରେ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ଖିଲାପ କରି ମାର୍ଚ୍ଚ 2016ରେ ମାଲ୍ୟା ଲଣ୍ଡନ ଫେରାର ହୋଇଯାଇଥିଲେ ।

ABOUT THE AUTHOR

...view details