ଲଣ୍ଡନ: ଲଣ୍ଡନ ହାଇକୋର୍ଟରୁ ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ମିଳିଲା ଆଶ୍ବସ୍ତି । ତାଙ୍କୁ ଦେବାଳିଆ ଘୋଷଣା ଲାଗି ରିଜର୍ଭ ବ୍ୟାଙ୍କ ଅଧିନରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ତ୍ବରେ ବ୍ୟାଙ୍କ ସମୂହ କରିଥିବା ନିବେଦନର ଶୁଣାଣିକୁ ସ୍ଥଗିତ ରଖିଛି । ଯେ ପର୍ଯ୍ୟନ୍ତ ଭାରତୀୟ ଉଚ୍ଚତମ ନ୍ୟାୟାଳୟରେ ମାଲ୍ୟାଙ୍କ ଆବେଦନର ଶୁଣାଣି ନ ସରିଛି ସେ ପର୍ଯ୍ୟନ୍ତ ବ୍ୟାଙ୍କ ମାନଙ୍କର ଶୁଣାଣି ହେବ ନାହିଁ ବୋଲି ଲଣ୍ଡନସ୍ଥିତ ନ୍ୟାୟାଧୀଶ ଜଷ୍ଟିସ ମାଇକ ବ୍ରିଗ୍ସ କହିଛନ୍ତି ।
ଜଷ୍ଟିସ ମାଇକ ବ୍ରିଗ୍ସ ଏନେଇ ଗୁରୁବାର ଶୁଣାଣି କରି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବ୍ୟାଙ୍କମାନଙ୍କୁ ଏପରି କାର୍ଯ୍ୟାନୁଷ୍ଠାନ ଲାଗି ଅନୁମତି ଦେବାକ କୌଣସି ଆବଶ୍ୟକତା ନାହିଁ । ତେବେ କୋର୍ଟଙ୍କ ଏପରି ନିଷ୍ପତ୍ତିରେ ବ୍ୟାଙ୍କଗୁଡିକ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି । ପିଟିସନର ଶୁଣାଣି ସଂଶୋଧନ ଓ ସମ୍ପୂର୍ଣ୍ଣ ଋଣ ପରିଷୋଧ ପର୍ଯ୍ୟନ୍ତ ସ୍ଥଗିତ ରହିବା ଦରକାର ବୋଲି କହିଛନ୍ତି ବ୍ରିଗ୍ସ ।