ଓଡିଶା

odisha

ETV Bharat / bharat

CAA କପିକୁ ଜାଳିଦେବାକୁ ଅଧ୍ୟାପକଙ୍କ ଧମକ - Presidency University

ସିଏଏକୁ ବିରୋଧ କରି କୋଲକାତାର ଏକ କଲେଜର ଜଣେ ଅଧ୍ୟାପକଙ୍କ ଉତ୍ତେଜକ ଭାଷଣ ଭାଇରାଲ । CAA କପିକୁ ଜାଳିଦେବାକୁ ଧମକ ଦେଇଛନ୍ତି ଏହି ଅଧ୍ୟାପକ ।

Kolkata
CAA କପିକୁ ଜାଳି ଦେବାକୁ କୋଲକାତାର ଅଧ୍ୟାପକଙ୍କ ଧମକ

By

Published : Dec 28, 2019, 4:45 PM IST

କୋଲକାତା: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହିଂସାକୁ ଉକସାଇବା ପାଇଁ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ପ୍ରୟାସ କରିଥିବାର ଗୁମର ମଧ୍ୟ ଧିରେ ଧିରେ ଫିଟିବାରେ ଲାଗିଛି । ଏପରି ସ୍ଥିତିରେ କୋଲକାତାର ଏକ ବରିଷ୍ଠ ଅଧ୍ୟାପକ ସିଏଏକୁ ବିରୋଧ କରି ପ୍ରଦର୍ଶନର ନେତୃତ୍ବ ନେଉଥିବା ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଅଧ୍ୟାପକ ଜଣକ ସିଏଏର କପିକୁ ଜାଳି ଦେବାକୁ ଧମକ ଦେଉଥିବା ଶୁଣିବାକୁ ମିଳିଛି ।

CAA କପିକୁ ଜାଳି ଦେବାକୁ କୋଲକାତାର ଅଧ୍ୟାପକଙ୍କ ଧମକ

63 ବର୍ଷୀୟ ପ୍ରଦୀପ ବାସୁ ନାମକ ଏହି ଅଧ୍ୟାପକ ମାନବତା ଓ ସାମାଜିକ ବିଜ୍ଞାନର ଡିନ୍‌ ଥିବା ଜଣାପଡିଛି । ଅଧ୍ୟାପକ ଜଣକ ନିଜ ଉତ୍ତେଜକ ଭାଷଣରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରୁଥିବା ବେଳେ ସିଏଏର କପିକୁ ଜାଳି ଦେବାକୁ ଧମକ ଦେଉଛନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟ ଅଧ୍ୟାପକ ଜଣଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details