ଭୋପାଳ: ସୋସିଆଲ ମିଡିଆରେ ଏକ ନାବାଳକକୁ କିଛି ଦୁର୍ବୃତ୍ତ ନୃଶଂସ ଭାବେ ମାଡ ମାରିବା ସହ ଦୁର୍ବ୍ୟବହାର କରୁଥିବା ଭିଡିଓ ସାମ୍ନାକୁ ଆସିଛି । ଏହାପରେ ପୋଲିସ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ପଚରା ଉଚରା କରୁଛି ।
ନାବାଳକକୁ ନିର୍ଯ୍ୟାତନାର ଭିଡିଓ ଭାଇରାଲ, ଜଣେ ଗିରଫ - brutally
ମଧ୍ୟପ୍ରେଦଶରେ ପ୍ରତିଶୋଧ ପରାୟଣ ହୋଇ ଜଣେ ନାବାଳକକୁ ଅପହରଣ କରି ମାଡ ମାରିବା ସହ ଦୁର୍ବ୍ୟବହାର କରୁଥିବାର ଭିଡିଓ ଭାଇରାଲ ।

ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶର ବିଜୟ ନଗର ଥାନା ଅଞ୍ଚଳରେ । ତେବେ କିଛି ଦିନ ପୂର୍ବରୁ ଜମି ମାଫିଆ ମୁଖତାର ପୁଅକୁ କିଛି ଯୁବକ ଛୁରାରେ ଆକ୍ରମଣ କରିଥିଲେ । ଯାହାର ପ୍ରତିଶୋଧ ନେବାପାଇଁ ତାର ପ୍ରତିଦ୍ବନ୍ଦୀ ପୁଅକୁ ଉଠାଇ ଆଣି ସେମାନେ ନିର୍ଦ୍ଧୁମ ମାଡ ମାରିଥିଲେ । ଆଉ ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ପୀଡିତ ନାବାଳକ ସହ ଜମି ମାଫିଆ ମୁଖତରକୁ ଗିରଫ କରିଥିଲେ । ଏହାସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତକୁ ମଧ୍ୟ ଖୋଜୁଛି ପୋଲିସ । ତେବେ ଗିରଫ ହୋଇଥିବା ଅଭିଯୋଗ ନାଁରେ ଥାନାରେ ପୂର୍ବରୁ ଅନେକ ମାମଲା ରହିଛି ।