ମାଙ୍ଗାଲୁରୁ: କୁହାଯାଏ ସ୍କୁଲ ସମୟ ଜୀବନର ସବୁଠାରୁ ଅଭୂଲା ଦିନ । ଏହାକୁ ପୁଣିଥରେ ବଞ୍ଚିବା ପାଇଁ ପ୍ରତିଟି ମଣିଷ ଚାହିଁଥାଏ । ଆଉ ସେଥିପାଇଁ ଅନେକ ଏକବର୍ଷ ବ୍ୟବଧାନରେ କରିଥାଆନ୍ତି ସ୍କୁଲର ବନ୍ଧୁଙ୍କ ସହ ଗେଟ୍ଟୁଗେଦର ମାନେ ଭେଟଘାଟ । ନିଜ ପୁରୁଣା ବନ୍ଧୁଙ୍କୁ ସହ ମିଶି ପୁଣି ଜୀବିତ କରିଥାଆନ୍ତି ସେହି ପୁରୁଣା ଦିନ । ତେବେ ନିକଟରେ ଯାହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ।
ଏହି ଭିଡିଓଟି ହେଉଛି ମାଙ୍ଗାଲୁରୁରେ ଏକ ସ୍କୁଲରେ ବନ୍ଧୁ ମିଳନ ସମୟର । ଭିଡିଓରେ ଜଣେ 70 ବର୍ଷୀୟ ବୃଦ୍ଧାଙ୍କ ଅତି ଚମତ୍କାର ନୃତ୍ୟ ପରିବେଷଣ ଦେଖିବାକୁ ମିଳୁଛି । ଏହାର ବ୍ୟାଗ୍ରାଉଣ୍ଡରେ ରେମୋ ଫର୍ଣ୍ଣାଡିଜ୍ଙ୍କ ପପୁଲାର ସଙ୍ଗ୍ 'ଗୀତ ୟା ୟା ମାୟା' ଏକ ଗୀତ ମଧ୍ୟ ଶୁଣିବାକୁ ମିଳୁଛି ।