ଓଡିଶା

odisha

ETV Bharat / bharat

ଗୁରୁବାର ଜି-20 ଦେଶର ଶିଖର ସମ୍ମିଳନୀ, ପ୍ରଧାନମନ୍ତ୍ରୀ ହେବେ ସାମିଲ - g-20 sikhar sammilani

ଜି-20 ଶିଖର ସମ୍ମିଳନୀରେ ମହାମାରୀ କୋରୋନା ଭାଇରସର କିପରି ମୁକାବିଲା କରାଯିବ ସେନେଇ ଆଲୋଚନା କରାଯିବ। ଅଧିକ ପଢନ୍ତୁ...

Prime Minister Modi
ଗୁରୁବାର ଜି-20 ଦେଶର ଶିଖର ସମ୍ମିଳନୀ

By

Published : Mar 25, 2020, 11:26 PM IST

ନୂଆଦିଲ୍ଲୀ: ସାଉଦି ଆରବର ସୁଲତାନ ସଲମାନ ବିନ ଅବଦୁଲ ଆଜିଜ ଅଲ ସାଉଦି ଗୁରୁବାର ଜି-20 ଦେଶ ଗୁଡିକର ଆପତ୍ତିକାଳୀନ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବେ । ଏହି ସମ୍ମିଳନୀ ଗୁରୁବାର ଭିଡିଓ କନଫରେନ୍ସ ଜରିଆରେ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟାନ୍ୟ ଦେଶର ସମସ୍ତ ମୁଖ୍ୟ ତଥା ନେତା ମନ୍ତ୍ରୀ ଏଥିରେ ସାମିଲ ହେବେ । ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।


ଏହି ବୈଠକରେ ମହାମାରୀ କୋରୋନା ଭାଇରସର କିପରି ମୁକାବିଲା କରାଯିବ ସେନେଇ ଆଲୋଚନା କରାଯିବ। କୋରୋନା ଯୋଗୁଁ ଏପର୍ଯ୍ୟନ୍ତ 19 ହଜାର ଲୋକଙ୍କର ଜୀବନ ଗଲାଣି। ଆର୍ଥିକ ସ୍ଥିତି ମାନ୍ଦା ହେଲାଣି । ସମସ୍ତ କାରବାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସେପଟେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ମଧ୍ୟ ଏହି ବୈଠକରେ ସାମିଲ ହେବେ। ଜି-20ର ଅଧ୍ୟକ୍ଷତା କରୁଥିବା ସାଉଦି ଆରବ ଗତ ସପ୍ତାହ ଭିଡିଓ କନଫେରେନ୍ସ ଜରିଆରେ ଜି-20 ଶିଖର ସମ୍ମିଳନୀ ଆୟୋଜିତ କରିବାର ପ୍ରସ୍ତାବ ଦେଇଥିଲେ। ବିଶ୍ବର ଆର୍ଥିକ ବ୍ୟବସ୍ଥା ଏବଂ ବଡ ବଡ ଦେଶର କାରବାରକୁ ବନ୍ଦ ନକରି କିପରି ଏହାର ସମାଧାନ ବାହାର କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ।

ଇଟାଲୀ, ସ୍ପେନ, ଜାପାନ, ସିଙ୍ଗାପୁର ଏବଂ ସୁଇଜରଲ୍ୟାଣ୍ଡ ଭଳି ଦେଶ ଜି-20ରେ ସାମିଲ ହେବେ । ଏହା ବ୍ୟତୀତ କୋରୋନା ଦ୍ବାରା ପ୍ରଭାବିତ ଦେଶ ମଧ୍ୟ ଏହି ଆଲୋଚନାରେ ସାମିଲ ହେବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details