ଓଡିଶା

odisha

ETV Bharat / bharat

ଦେଶରେ ‘ପରିବର୍ତ୍ତନର ମୁଡ’ର ମାହୋଲ ଆଣିଛି କେଜ୍ରିୱାଲଙ୍କ ବିଜୟ: ଶରଦ ପାୱାର

ଆମ୍‌ ଆଦମୀ ପାର୍ଟି (ଆପ୍‌) ପୁଣିଥରେ କମାଲ କରି ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ୬୨ ଆସନ ଦଖଲ କରିଛି । ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପକୁ ପରାସ୍ତ କରି ପ୍ରଚଣ୍ଡ ବହୁମତ ହାସଲ କରିବାରେ ପରେ ରାଷ୍ଟ୍ରୀୟ ରାଜନୀତିର ‘ପାୱାରା ସାହେବ’ ତଥା ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଅରବିନ୍ଦ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Feb 12, 2020, 11:05 AM IST

ପୁଣେ: ବିପୁଳ ବିଜୟ ପରେ ଚାରିଆଡୁ ପ୍ରଚୁର ଶୁଭେଚ୍ଛାର ସୁଅ ଛୁଟୁଛି ଆପ୍‌ ପ୍ରମୁଖ ଅରବିନ୍ଦ କେଜ୍ରିୱାଲଙ୍କୁ । ଆମ୍‌ ଆଦମୀ ପାର୍ଟି (ଆପ୍‌) ପୁଣିଥରେ କମାଲ କରି ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ୬୨ ଆସନ ଦଖଲ କରିଛି । ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପକୁ ପରାସ୍ତ କରି ପ୍ରଚଣ୍ଡ ବହୁମତ ହାସଲ କରିବାରେ ପରେ ଅରବିନ୍ଦ କେଜ୍ରିୱାଲଙ୍କ ରଣନୀତି ଓ ସଫଳତାକୁ ଜାତୀୟ ରାଜନୀତିର ଅନେକ ତୁଙ୍ଗ ନେତୃବୃନ୍ଦ ସାବାସି ସହ ଅଭିନନ୍ଦନ ଜଣାଇଛନ୍ତି । ପିଏମଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଦେଶର ସିଏମ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଲିକାରେ ରାଷ୍ଟ୍ରୀୟ ରାଜନୀତିର ‘ପାୱାରା ସାହେବ’ ତଥା ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ସାମିଲ ହୋଇଛନ୍ତି ।

ବିଜୟ ପରେ ସେଲିବ୍ରେସନ

ଶରଦ୍‌ ପାୱାର ଅରବିନ୍ଦଙ୍କ ବିଜୟ ପରେ ଶୁଭେଚ୍ଛା ସହ ଏହି ପରିଣାମ ଦେଶରେ ‘ପରିବର୍ତ୍ତନ ମୁଡ’ର ପ୍ରତୀକ ବୋଲି କହିଛନ୍ତି । ଏହାସହ ବିଜେପିକୁ ସତ୍ତାକୁ ବାହାରେ ରଖିବା ପାଇଁ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳକୁ ଏକଜୁଟ ହେବା ଉପରେ ଜୋର ଦେଇଛନ୍ତି ।

ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶରେ ‘ପରିର୍ତ୍ତନର ମାହୋଲ’ ଦେଖାଦେଇଛି । ଦିଲ୍ଲୀ ଫଳାଫଳ କେବଳ ଦିଲ୍ଲୀରେ ସିମିତି ହୋଇ ରହିନାହିଁ । ରାଜଧାନୀରେ ବିଭିନ୍ନ ରାଜ୍ୟର ଲୋକ ବସବାସ କରୁଛନ୍ତି । ସେମାନେ ସମସ୍ତେ ନିଜ ନିଜ ରାଜ୍ୟରେ ପରିବର୍ତ୍ତନ ଚାହିଁଲେଣି ବୋଲି କହିଛନ୍ତି ଶରଦ ପାୱାର ।

ସେ ଆହୁରି କହିଛନ୍ତି ବିପକ୍ଷ ଦଳଙ୍କ ଭିତରେ ଏକଜୁଟ ହୋଇ ରହିବା ଭାବନା ରହିବା ଉଚିତ । ‘ବିଗତ ଥର ଆମେ କୋଲକାତାରେ ଏକାଠି ଆସିଥିଲୁ ଓ ଆମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲୁ ’ । ଏବେ ଦେଶବାସୀଙ୍କ ଆମଠାରୁ ସର୍ବନିମ୍ନ କାର୍ଯ୍ୟକ୍ରମ ଆଶା ରଖିଛନ୍ତି । ଏହାକୁ ଯଥା ସମ୍ଭବ ଆମେ ପୂରଣ କରିବା ପାଇଁ ପ୍ରଚେଷ୍ଟା କରିବୁ ବୋଲି କହିଛନ୍ତି ଶରଦ ପାୱାର ।

ABOUT THE AUTHOR

...view details