ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ନାଇଡୁଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ 29 ସେପ୍ଟେମ୍ବରରେ ଉପରାଷ୍ଟ୍ରପତି କୋରୋନାରେ ଆକ୍ରାନ୍ତ ହୋଇଥିଲେ ।
71 ବର୍ଷିୟ ଭେଙ୍କେୟାଙ୍କ ନିକଟରେ କୌଣସି କୋରୋନା ଲକ୍ଷଣ ନଥିବା ବେଳେ ସେ ସୁସ୍ଥ ଥିଲେ । ତେବେ କୋରୋନାରୁ ସୁସ୍ଥ ହେବା ପରେ ସେ କିଛି ଦିନ ପାଇଁ ଏବେ ହୋମ ଆଇସୋଲେସନରେ ରହିବେ ବୋଲି ଜଣାପଡିଛି ।