ଓଡିଶା

odisha

ETV Bharat / bharat

ଭଦୋଦରା ବିମାନବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ - Vice President Venkaiah Naidu

ଭଦୋଦରାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ବିମାନବନ୍ଦରରେ ଉପରାଷ୍ଟ୍ରପତି ପହଞ୍ଚିବା ପରେ ସେଠାରୁ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ସ୍ବାଗତ କରାଯାଇଛି। ଅଧିକ ଖବର ପଢନ୍ତୁ...

Vice President Venkaiah Naidu
ଭଦୋଦରାରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା

By

Published : Dec 14, 2019, 1:06 PM IST

ଗାନ୍ଧୀନଗର: ଆଜି 3 ଦିନିଆ ଗୁଜୁରାଟ ଗସ୍ତରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଏହି ଗସ୍ତ ସମୟରେ ସେ ଗୁଜୁରାଟରୁ ଭଦୋଦରା ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଭଦୋଦରା ବିମାନବନ୍ଦରରେ ଉପରାଷ୍ଟ୍ରପତି ପହଞ୍ଚିବା ପରେ ସେଠାରୁ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ସ୍ବାଗତ କରାଯାଇଛି। ଏହି ସମୟରେ ଗୁଜୁରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିଭେଦୀ, ୟଗୋଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ଭଦୋଦରାରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା

ସୂଚନା ଅନୁସାରେ, ବିମାନବନ୍ଦରରୁ ସେ ପ୍ରଥମେ ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ(ଏନଡିଡିବି) କ୍ୟାମ୍ପସର ପ୍ରତିଷ୍ଠା ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହା ପରେ ମଧ୍ୟାହ୍ନରେ ଗୁଜୁରାଟର ଚାରୁତାର ବିଦ୍ୟା ମଣ୍ଡଳର ପ୍ଲାଟିନମ ଜୁବୁଲିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

ଭଦୋଦରାରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା

ସେହିପରି ଆସନ୍ତାକାଲି ସକାଳ ସମୟରେ ସର୍ଦ୍ଦାର ପଟେଲ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଗାନ୍ଧୀନଗର କରାଇରେ ଥିବା ଗୁଜୁରାଟ ପୋଲିସ ଏକାଡେମୀରେ ଗୁଜୁରାଟ ପୋଲିସକୁ ରାଷ୍ଟ୍ରପତି ପୋଲିସ କଲର ପ୍ରଦାନ କରିବେ। ସନ୍ଧ୍ୟାରେ ନାଇଡୁ କରାଚୀରେ ଚାଲିଥିବା ରାନ ଉତ୍ସବରେ ଅଂଶଗ୍ରହଣ କରିବେ।

ଭଦୋଦରାରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା

ABOUT THE AUTHOR

...view details