ଓଡିଶା

odisha

ପି.ଭି ନରସିଂହ ରାଓଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଜ୍ଞଳୀ ଜ୍ଞାପନ କଲେ ଉପରାଷ୍ଟ୍ରପତି

By

Published : Jun 28, 2020, 11:22 AM IST

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏବଂ ଯେତେବେଳେ ଭାରତୀୟ ଅର୍ଥନୀତି ବିପର୍ଯ୍ୟସ୍ତ ଅବସ୍ଥାରେ ଥିଲା ସେତେବେଳେ ଅର୍ଥନୈତିକ ସଂସ୍କାର ଆଣିବାରେ ନରସିଂହଙ୍କ ପ୍ରମୁଖ ଭୂମିକାକୁ ନାଇଡୁ ସ୍ମୃତିଚାରଣ କରିଛନ୍ତି।

ପି.ଭି ନରସିଂହ ରାଓଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଜ୍ଞଳୀ ଜ୍ଞାପନ କଲେ ଉପରାଷ୍ଟ୍ରପତି ନାଇଡୁ
ପି.ଭି ନରସିଂହ ରାଓଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଜ୍ଞଳୀ ଜ୍ଞାପନ କଲେ ଉପରାଷ୍ଟ୍ରପତି ନାଇଡୁ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏବଂ ଯେତେବେଳେ ଭାରତୀୟ ଅର୍ଥନୀତି ବିପର୍ଯ୍ୟସ୍ତ ଅବସ୍ଥାରେ ଥିଲା ସେତେବେଳେ ଅର୍ଥନୈତିକ ସଂସ୍କାର ଆଣିବାରେ ନରସିଂହଙ୍କ ପ୍ରମୁଖ ଭୂମିକାକୁ ନାଇଡୁ ସ୍ମୃତିଚାରଣ କରିଛନ୍ତି।

ଏକ ପ୍ରେସ ବିଜ୍ଞପ୍ତିରେ ନାଇଡୁ ଅର୍ଥନୀତିକୁ ଉଦାର କରିବା ପାଇଁ ରାଓଙ୍କ ଦ୍ବାରା ଆରମ୍ଭ ହୋଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛନ୍ତି। ଉପରାଷ୍ଟ୍ରପତି ମନେ ପକାଇ କହିଛନ୍ତି ଯେ ସେ ଲାଇସେନ୍ସ ରାଜ୍ ଅଧୀନରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବାକୁ, ରେଡ୍ ଟେପ୍ ବା ନାଲି ଫିତା ତଳେ ଥିବା ଫାଇଲ ସଂଖ୍ୟାକୁ ହ୍ରାସ କରିବାକୁ ଏବଂ ଭାରତୀୟ ଶିଳ୍ପକୁ ଅଧିକ ପ୍ରତିଯୋଗୀ କରାଇବାକୁ ସେ ଚେଷ୍ଟା କରିଥିଲେ।

ବାଣିଜ୍ୟିକ ଉଦାରୀକରଣ ତଥା ବିଶ୍ବ ଅର୍ଥନୀତି, ବିଶେଷ କରି ପୂର୍ବ ଏସୀୟ ଅର୍ଥନୀତି ସହିତ ଭାରତୀୟ ଅର୍ଥନୀତିର ପୁନଃ ଏକୀକରଣ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରି ଉପରାଷ୍ଟ୍ରପତି କହିଛନ୍ତି ଯେ ଏହା ପୂର୍ବର ଆଭ୍ୟନ୍ତରୀଣ ଦିଗରୁ ଏକ ପ୍ରମୁଖ ପରିବର୍ତ୍ତନ ଥିଲା। ସେ ଜଣେ ସଂସ୍କାରକ ଥିଲେ ଏବଂ ବିଶ୍ବର ଅନ୍ୟ କେଉଁଠାରେ ଯାହା ଘଟୁଛି ସେଠାରୁ ଭାରତ ଶିଖେଇବାକୁ ପ୍ରଚେଷ୍ଟା କରୁଥିଲେ। ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ସେ ଚାହୁଁଥିଲେ ବୋଲି ନାଇଡୁ କହିଛନ୍ତି।

ଉପରାଷ୍ଟ୍ରପତି କହିଛନ୍ତି ଯେ ପରବର୍ତ୍ତୀ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ଏବଂ ନିକଟ ଅତୀତରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଦେଶର ଆବିର୍ଭାବ ପାଇଁ ରାଓଙ୍କୁ ଏକ ବୃହତ ରଣ ଦେବା ଉଚିତ୍।

ସଂସ୍କାର ଜାରି ରଖିବାର ଆବଶ୍ୟକତା ଉପରେ ଧୀରେ ଧୀରେ ଦେଶରେ ଏକ ବ୍ୟାପକ ସହମତି ପ୍ରକାଶ ପାଇ ସେ ଦର୍ଶାଇଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସଂସ୍କାରକୁ ତ୍ୱରାନ୍ୱିତ କରିଥିବାବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସଂସ୍କାରକୁ ଅଧିକ ଜୋରଦାର କାର୍ଯ୍ୟକାରୀ କରୁଛନ୍ତି।

ପଞ୍ଜାବ ଏବଂ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ ଯଥେଷ୍ଟ ସଫଳ ହୋଇଥିଲେ ବୋଲି ସେ କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଯେ ଲୁକ୍ ଇଷ୍ଟ ନୀତିର ଶୁଭାରମ୍ଭ ଏବଂ ପ୍ରଧାନମନ୍ତ୍ରୀ ଭାବରେ ରାଓଙ୍କ କାର୍ଯ୍ୟକାଳ ମଧ୍ୟରେ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସଶକ୍ତ କରୁଥିବା 73 ତମ ତଥା 74 ତମ ସାମ୍ବିଧାନିକ ସଂଶୋଧନ ମଧ୍ୟ ଉଲ୍ଲେଖଯୋଗ୍ୟ।

ABOUT THE AUTHOR

...view details