ନୂଆଦିଲ୍ଲୀ: ପର୍ତ୍ତୁଗାଲର ରାଷ୍ଟ୍ରପତି ମାର୍ସିଲୋ ରିବିଲୋ ଡି ସୌସା ଫେବୃଆରୀ 13ରୁ 16 ମଧ୍ୟରେ ଭାରତ ଗସ୍ତରେ ରହିବେ । ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ । ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ।
ଭାରତ ଗସ୍ତରେ ଆସିବେ ପର୍ତ୍ତୁଗାଲର ରାଷ୍ଟ୍ରପତି - ଭାରତ ଓ ଭିଏତନାମ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ
ପର୍ତ୍ତୁଗାଲର ରାଷ୍ଟ୍ରପତି ମାର୍ସିଲୋ ରିବିଲୋ ଡି ସୌସା ଓ ଭିଏତନାମ ଉପରାଷ୍ଟ୍ରପତି ନ୍ୟୁୟେନ ଲୁଓଙ୍ଗ ବାଙ୍ଗ ଆସନ୍ତା ଫେବୃଆରୀ ଦ୍ବିତୀୟ ସପ୍ତାହରେ ଭାରତ ଗସ୍ତରେ ଆସିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ସୂଚନା ଦେଇଛନ୍ତି ।
ଭାରତ ଗସ୍ତରେ ଆସିବେ ଭିଏତନାମ ଉପରାଷ୍ଟ୍ରପତି ଓ ପର୍ତ୍ତୁଗାଲର ରାଷ୍ଟ୍ରପତି
ଅନ୍ୟପକ୍ଷରେ ଭିଏତନାମ ଉପରାଷ୍ଟ୍ରପତି ନ୍ୟୁୟେନ ଲୁଓଙ୍ଗ ବାଙ୍ଗ 11-13 ଫେବୃଆରୀ ମଧ୍ୟରେ ଭାରତ ଗସ୍ତରେ ଆସିବେ । ଏହି ଗସ୍ତ ଅବସରରେ ଭାରତ ଓ ଭିଏତନାମ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି ।