ଓଡିଶା

odisha

ETV Bharat / bharat

ଦା' ଧରି କ୍ଷେତରେ ମୁଖ୍ୟମନ୍ତ୍ରୀ, ଟ୍ବିଟ କରି ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ହାତରେ ଦା ଧରି ଖେତରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ। ମନ୍ତ୍ରୀଙ୍କ ଚାଷ ପ୍ରତି ଏହି ଭଲପାଇବାକୁ ଦେଖି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଖୁବ୍ ପ୍ରଶଂସା କରିଛନ୍ତି। ଅଧିକ ଖବର ପଢନ୍ତୁ...

_Vice president naidu
ହାତରେ ଦା' ଧରି କ୍ଷେତରେ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ,ଟ୍ବିଟ କରି ଉପରାଷ୍ଟ୍ରପତିଙ୍କ ପ୍ରଶଂସା

By

Published : Jan 20, 2020, 2:34 PM IST

ଚେନ୍ନାଇ: କଥାରେ ଅଛି ’ଚାଷ ଅଛି ଯାହାର, କି ଆନନ୍ଦ ତାହାର।’ ଆଉ ଯିଏ ଚଷା ଘର ପୁଅ ଯିଏ ସେ କେବେ ତାର ବେଉସା ବା ଚାଷକୁ ଭୁଲି ପାରିବ ନାହିଁ। ଯେତେ ବଡ ପଦରେ ଅବସ୍ଥାପିତ ହେଲେ ବି ସେ ତାର କ୍ଷେତକୁ ଟାଣି ହୋଇଯିବ।

ଯାହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀଙ୍କ କ୍ଷେତ୍ରରେ। ଟ୍ବିଟରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠି ମୁଖ୍ୟମନ୍ତ୍ରୀ ହାତରେ ଦା ଧରି ଖେତରେ ଛିଡା ହୋଇଛନ୍ତି। ମନ୍ତ୍ରୀଙ୍କ ଏହି ଦିଲଦାର ମନ ଖୋଲ ହସ ଓ ମାଟି ମା ପ୍ରତି ଥିବା ଭଲପାଇବା ଦେଖି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଖୁବ୍ ପ୍ରଶଂସା କରିଛନ୍ତି।

ହାତରେ ଦା' ଧରି କ୍ଷେତରେ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ,ଟ୍ବିଟ କରି ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଉପରାଷ୍ଟ୍ରପତିଙ୍କ ଏହି ଟ୍ବିଟର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ କହିଛନ୍ତି ବର୍ତ୍ତମାନ ସମୟରେ କୃଷିର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ନାଇଡୁ ଟ୍ବିଟର ଉତ୍ତରରେ ଲେଖିଛନ୍ତି,ଏହା ଦେଖି ଖୁବ୍ ଖୁସି ଲାଗୁଛି,ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏଡପ୍ପାଡୀ କେ ପଲାନୀସ୍ବାମୀ ଜଣେ ଚାଷୀ ପୁଅ ଭାବେ କ୍ଷେତରେ କାମ କରୁଛନ୍ତି। ଯିଏକି ନିଜ ପରମ୍ପରାକୁ ଭୁଲି ନାହାଁନ୍ତି। ଏହା ପ୍ରତିକାତ୍ମକ ହୋଇଥାଇ ପାରେ ହେଲେ ବହୁତ ଲୋକଙ୍କୁ ପ୍ରେରଣା ଯୋଗାଇବ। କୃଷିକୁ ଲାଭଦାୟକ କରାଯିବା ଦିଗରେ କାମ ହେବା ଦରକାର। ଏବେ ସମୟ କୃଷିର ବିକାଶ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ନାଇଡୁଙ୍କ ଟ୍ବିଟର ପୁନଃ ଉତ୍ତର ଦେବାକୁ ଯାଇ ପଲାନୀସ୍ବାମୀ ଲେଖିଛନ୍ତି, ମୁଁ ଉପରାଷ୍ଟ୍ରପତିଙ୍କ ଜୀଙ୍କ ଏହି କଥା ପାଇଁ ଧନ୍ୟବାଦ ଜଣାଉଛି। ଆଗାମୀ ଦିନରେ କୃଷି ଓ କୃଷକ ଓ ଦଳିତଙ୍କ ବିକାଶ ଦିଗରେ ଅଧିକ କାର୍ଯ୍ୟ କରିବି।

ABOUT THE AUTHOR

...view details