ଓଡିଶା

odisha

ETV Bharat / bharat

ଉଗାଦି,ଚୈତ୍ର ଶୁକ୍ଲାଦି ଓ ଚେତିଚାନ୍ଦର ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି - ଉଗାଦିର ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି

ହିନ୍ଦୁଧର୍ମର କାଳ ଗଣନା ଅନେକ ପ୍ରାଚୀନ ଓ ଶାସ୍ତ୍ର ସମ୍ମତ ତଥା ବିଜ୍ଞାନ ସମ୍ମତ ଅନୁସାରେ ଆଜି ଚୈତ୍ର ଶୁକ୍ଳ ପ୍ରତିପଦ ଓ ଉଗାଦି। ଏ ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦେଶବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ଖବର ପଢନ୍ତୁ...

Vice President of India
ଉଗାଦି,ଚୈତ୍ର ଶୁକ୍ଲାଦି ଓ ଚେତିଚାନ୍ଦର ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି

By

Published : Mar 25, 2020, 9:04 AM IST

ନୂଆଦିଲ୍ଲୀ: ଆଜି ହିନ୍ଦୁ ନୂତନ ବର୍ଷ ଅନୁସାରେ ଚୈତ୍ର ଶୁକ୍ଲାଦି,ଉଗାଦି ଗୁଡି ପଡୱା,ଚେତିଚାନ୍ଦ ଓ ସାଜିବୁ ଚେଇରୋବା । ଏ ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦେଶବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ସବୁ ବର୍ଷ ଏହି ପର୍ବକୁ ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ ।

ଉଗାଦି,ଚୈତ୍ର ଶୁକ୍ଲାଦି ଓ ଚେତିଚାନ୍ଦର ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି

ତେବେ ବସନ୍ତର ଆଗମନ ହିଁ ସୂଚାଇ ଦିଏ ନବବର୍ଷର ଆରମ୍ଭ। ଏହା ଏକ ସୁଖ ଓ ସମୃଦ୍ଧିର ପର୍ବ । ଆମେ ଏକ ଉତ୍ତମ ଓ ସୁଖୀ ଭବିଷ୍ୟତର ଆଶା ସହିତ ଏହି ପର୍ବଗୁଡିକୁ ପାଳନ କରୁ । କିନ୍ତୁ ଚଳିତବର୍ଷ ବିଶ୍ବ ଏକ ଅଦ୍ବିତୀୟ ସ୍ବାସ୍ଥ୍ୟ ବିପର୍ଯ୍ୟାୟର ସମ୍ମୁଖୀନ ହେଉଛି । ଏନେଇ ସମସ୍ତଙ୍କୁ ଆବଶ୍ୟକୀୟ ସତର୍କତା ଓ ପରସ୍ପର ଠାରୁ ଦୂରତ୍ବ ରଖିବାକୁ ହେବ।

ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ, ଏହି ପର୍ବଗୁଡ଼ିକୁ ସେମାନଙ୍କ ଘର ମଧ୍ୟରେ ପାଳନ କରନ୍ତୁ ଏବଂ ବଡ଼ ସମାବେଶରୁ ଦୂରେଇ ରୁହନ୍ତୁ। ଆମର ସରକାର ଏବଂ ଆମର ସ୍ବାସ୍ଥ୍ୟ ଚିକିତ୍ସକ ମାନଙ୍କୁ ଆମର ଯୁଦ୍ଧରେ ସମ୍ପୂର୍ଣ୍ଣ ଏବଂ ସର୍ତ୍ତମୂଳକ ସମର୍ଥନ ଦେବା ପାଇଁ ଉପରାଷ୍ଟ୍ରପତିଙ୍କ ଅନୁରୋଧ।

ସମସ୍ତେ ଏକ ସ୍ବଚ୍ଛ ଜୀବନ ଶୈଳୀ ଗ୍ରହଣ କରିବା । ଯଦି ଆମେ ସାମାଜିକ ଦୂରତା ବଜାୟ ରଖୁ ଏବଂ ଡାକ୍ତରୀ ପରାମର୍ଶ ଅନୁସରଣ କରୁ, ତେବେ ନିକଟ ଭବିଷ୍ୟତରେ ଏହି ମାରାତ୍ମକ ଭୂତାଣୁ ବିରୁଦ୍ଧରେ ଆମେ ନିଶ୍ଚିତ ଭାବରେ ଆମର ସାମୂହିକ ସଂଗ୍ରାମ ଜିତିପାରିବା ।

ABOUT THE AUTHOR

...view details