ଓଡିଶା

odisha

ETV Bharat / bharat

ଉପରାଷ୍ଟ୍ରପତିଙ୍କ ଲକ୍-ଡାଉନ୍ ମନ୍ତ୍ର ! ଆଧ୍ୟାତ୍ମିକ ନେତାଙ୍କ ସହ ନାଇଡୁଙ୍କ ବାର୍ତ୍ତାଳପ - କୋରୋନା ମହାମାରୀ

ମହାମାରୀର ପ୍ରଚଣ୍ଡତା ସାଧାରଣ ଜୀବନ ଠାରୁ ଅସାଧାରଣ ଚଳଣୀ ଉପରେ କରୁଛି ଅଦୃଶ୍ୟ ଆକ୍ରମଣ। ଏଥିରୁ ମୁକ୍ତି ପାଇଁ ଅନେକଙ୍କ ଚଳଣୀରେ ହୋଇଛି ବ୍ୟାପକ ପରିବର୍ତ୍ତନ। ଏନେଇ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଧ୍ୟାତ୍ମିକ ନେତାଙ୍କ ସହ କରୁଛନ୍ତି ବାର୍ତ୍ତାଳାପ।

vice-president-naidu
ଉପରାଷ୍ଟ୍ରପତିଙ୍କ ଲକ୍-ଡାଉନ୍ ମନ୍ତ୍ର ! ଆଧ୍ୟାତ୍ମିକ ନେତାଙ୍କ ସହ ନାଇଡୁଙ୍କ ବାର୍ତ୍ତାଳପ

By

Published : May 8, 2020, 1:21 PM IST

ନୂଆଦିଲ୍ଲୀ: ଏଵେ ଜଣେ ସାଧାରଣ ନାଗରିକଠାରୁ ଦେଶର ସର୍ଵୋଚ୍ଚ ନେତାଙ୍କ ଯାଏଁ-ସମସ୍ତଙ୍କ ପାଖରେ ଗୋଟିଏ ଚିନ୍ତା ! ଏହି ଵହୁ ପ୍ରତିକ୍ଷିତ ଯନ୍ତ୍ରଣାଦାୟକ ସମୟ କଟିଵ କେମିତି ? ବନ୍ଦୀ ଜୀବନରେ ଵିଶ୍ଵ ହେଉଛି ଛଟପଟ ! ଏହି ଅବକାଶକୁ କଟାଇବା ପାଇଁ ମଣିଷମାନେ ଆପଣାଉଛନ୍ତି ବିଭିନ୍ନ ବିକଳ୍ପ।

ମହାମାରୀର ପ୍ରଚଣ୍ଡତା ସାଧାରଣ ଜୀବନ ଠାରୁ ଅସାଧାରଣ ଚଳଣୀ ଉପରେ କରୁଛି ଅଦୃଶ୍ୟ ଆକ୍ରମଣ। ଏଥିରୁ ମୁକ୍ତି ପାଇଁ ଅନେକଙ୍କ ଚଳଣୀରେ ହୋଇଛି ବ୍ୟାପକ ପରିବର୍ତ୍ତନ।

କୋରୋନା ଭାଇରସ୍ ଯୋଗୁଁ ତାଲା ବନ୍ଦ ମଧ୍ୟରେ ରହିଥିବା ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ପ୍ରମୁଖ ଆଧ୍ୟାତ୍ମିକ ନେତା ତଥା ସାମାଜିକ କର୍ମୀଙ୍କ ନିକଟରେ ଵିଭିନ୍ନ ବାର୍ତ୍ତା ଳାପ ମାଧ୍ୟମରେ ପହଞ୍ଚୁଛନ୍ତି। ସେମାନଙ୍କ ମଙ୍ଗଳ ବିଷୟରେ ପଚାରି ବୁଝୁଛନ୍ତି। ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଉତ୍ସାହିତ କରୁଛନ୍ତି। ଏମିତିକି ଉପରାଷ୍ଟ୍ରପତି ମଧ୍ୟ ନିବେଦନ, ଆଵେଦନ, ଅନୁରୋଧ କରୁଥିବା ତଥ୍ୟ ସାମ୍ନାକୁ ଆସୁଛି।

ମିଳିଥିଵା ସୂଚନା ଅନୁଯାୟୀ, ଏହି ଆହ୍ବାନପୂର୍ଣ୍ଣ ସମୟରେ ଲୋକଙ୍କୁ ମାର୍ଗଦର୍ଶନ ତଥା ଉତ୍ସାହିତ କରିବାରେ ଆଧ୍ୟାତ୍ମିକ ନେତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଉପରାଷ୍ଟ୍ରପତି ସଚିବାଳୟର ଏକ ଟୁଇଟ୍‌ରେ କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଯେ, ନେତାମାନେ ମଧ୍ୟ ଅଭାବୀ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଉଭୟ ବାହ୍ୟିକ ଓ ମାନସିକ ବଳ ଯୋଗାନ୍ତୁ।

ABOUT THE AUTHOR

...view details