ଓଡିଶା

odisha

ETV Bharat / bharat

ଜାତୀୟ ଡାକ୍ତର ଦିବସ, ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି

ଆଜି ଜାତୀୟ ଡାକ୍ତର ଦିବସ। ଏହି ଦିବସ ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦେଶର ସମସ୍ତ ଡାକ୍ତରଙ୍କୁ ତାଙ୍କର ନିସ୍ବାର୍ଥପର ସେବା ଓ ମାନବିକତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

By

Published : Jul 1, 2020, 9:16 AM IST

ଜାତୀୟ ଡାକ୍ତର ଦିବସ, ଟ୍ହିଟ କରି ଶୁଭେଚ୍ଛା ଭେଟି ଦେଲେ ଉପରାଷ୍ଟ୍ରପତି ଭେଙ୍କେୟା
ଜାତୀୟ ଡାକ୍ତର ଦିବସ, ଟ୍ହିଟ କରି ଶୁଭେଚ୍ଛା ଭେଟି ଦେଲେ ଉପରାଷ୍ଟ୍ରପତି ଭେଙ୍କେୟା

ନୂଆଦିଲ୍ଲୀ: ଆଜି ଜାତୀୟ ଡାକ୍ତର ଦିବସ। ଏହି ଦିବସ ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦେଶର ସମସ୍ତ ଡାକ୍ତରଙ୍କୁ ତାଙ୍କର ନିସ୍ବାର୍ଥପର ସେବା ଓ ମାନବିକତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ନାଇଡୁ ଆଜିର ଏହି ଖାସ୍ ଦିନରେ ଡାକ୍ତରମାନଙ୍କ ଉଦ୍ଦେଶ୍ୟରେ ସିରିଜ୍ ଟ୍ବିଟ କରିଛନ୍ତି।

"ଏହି ଡାକ୍ତର ଦିବସରେ ମୁଁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ଚିକିତ୍ସକ ଡଃ ବିସି ରୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ଭାରତର ଚିକିତ୍ସା କ୍ଷେତ୍ରର ବିକାଶରେ ଅମୂଲ୍ୟ ଅବଦାନ ରଖିଛନ୍ତି ବୋଲି ଉପରାଷ୍ଟ୍ରପତି ଟ୍ବିଟରେ ଲେଖିଛନ୍ତି। କୋରୋନା ମହାମାରୀର ଘନଘଟା ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସେମାନଙ୍କ ଉଦ୍ୟମ ଏବଂ ସେବା ପାଇଁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି।

ମାନବିକତା ପ୍ରତି ନିସ୍ୱାର୍ଥପର ସେବା ପାଇଁ ମୁଁ ସାରା ଦେଶରେ ଡାକ୍ତରମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ବର୍ତ୍ତମାନର ମହାମାରୀ ଭଳି ଗୁରୁତର ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିରେ ଆମ ଦେଶର ଡାକ୍ତରମାନେ ସାହସର ସହିତ ଆଗଧାଡ଼ିର ଯୋଦ୍ଧା ଭାବେ ଅବତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ସେ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି।

ଡାକ୍ତରଙ୍କ ପ୍ରତି ଲୋକଙ୍କୁ 'ନିସର୍ତ୍ତମୂଳକ ସମର୍ଥନ' ଭଲପାଇବା ଦେବାକୁ ମଧ୍ୟ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, "ଏହି ଡାକ୍ତର ଦିବସରେ, ଆସନ୍ତୁ ସମସ୍ତେ ମେଡିକାଲ୍ ଭ୍ରାତୃତ୍ୱର ଏହି ଉତ୍ସର୍ଗୀକୃତ ସଦସ୍ୟମାନଙ୍କୁ ଆମର ସର୍ତ୍ତମୂଳକ ସମର୍ଥନ ଭେଟି ଦେବା ଏବଂ ସେମାନଙ୍କ ପ୍ରତି ଆମର ଗଭୀର କୃତଜ୍ଞତା ଏବଂ ସମ୍ମାନ ଜଣାଇବା।

1991 ମସିହାରୁ ଭାରତରେ ଜାତୀୟ ଚିକିତ୍ସକ ଦିବସ ଆରମ୍ଭ ହୋଇଥିଲା। ସେହି ଦିନଠାରୁ ପ୍ରତିବର୍ଷ 1 ଜୁଲାଇରେ ଜାତୀୟ ଚିକିତ୍ସକ ଦିବସ ପାଳନ କରାଯାଏ। ଏହି ଦିନ ଡାକ୍ତରମାନେ ସେମାନଙ୍କ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି।

ABOUT THE AUTHOR

...view details