ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଚର୍ଚ୍ଚିତ ବୟାନ ଦେଇ ଚର୍ଚ୍ଚାରେ ରହୁଥୁବା ଭିଏଚପି ନେତ୍ରୀ ସ୍ବାଧ୍ବୀ ପ୍ରାଚୀ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ନକ୍ସଲବାଦ, ଆତଙ୍କବାଦ, ଦୁଷ୍କର୍ମ ଭଳି ଘଟଣା ନେହେରୁ ପରିବାର ପକ୍ଷରୁ ମିଳିଛି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି।
'ନକ୍ସଲବାଦ ନେହେରୁଙ୍କ ପରିବାର ଠୁ ଜନ୍ମ' - ରାହୁଲଙ୍କୁ ଟାର୍ଗେଟ କରି ସ୍ବାଧ୍ବୀ ପ୍ରାଚୀଙ୍କ ବିବାଦୀୟ ବୟାନ
ରାହୁଲଙ୍କୁ ଟାର୍ଗେଟ କରି ବିବାଦୀୟ ମନ୍ତବ୍ୟ ଦେଲେ ସ୍ବାଧ୍ବୀ ପ୍ରାଚୀ। ନେହେରୁଙ୍କ ପରିବାର ଠାରୁ ନକ୍ସଲବାଦ, ଆତଙ୍କବାଦ ଓ ଦୁଷ୍କର୍ମ ଭଳି ଘଟଣା ଜନ୍ମ ନେଇଛି କହିଲେ ବିଶ୍ବହିନ୍ଦୁ ପରିଷଦର ନେତ୍ରୀ ସ୍ବାଧ୍ବୀ।
'ନକ୍ସଲବାଦ ନେହୁରଙ୍କ ପରିବାର ଠୁ ଜନ୍ମ'
ଦେଶରେ ମହିଳା, ଶିଶୁଙ୍କ ଉପରେ ଅତ୍ୟାଚାର ଓ ଅନ୍ୟାୟକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଗତକାଲି ରାହୁଲ ଗାନ୍ଧୀ ଭାରତକୁ ଦୁଷ୍କର୍ମର ରାଜଧାନୀ ବୋଲି କହିଥିଲେ। ଯାହାର ଜବାବ ଦେବାକୁ ଯାଇ ଆଜି ମୀରଟ ଏକ କାର୍ଯ୍ୟକ୍ରମ ଯୋଗ ଦେବା ଅବସରରେ ଏହା କହିଥିଲେ ସ୍ବାଧ୍ବୀ।
ଏଥିସହ ସେ ଅଖିଳେଶ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରି କହିଥିଲେ, ସରକାରରେ ଥିବା ସମୟରେ ସେ ଦୁଷ୍କର୍ମକାରୀଙ୍କୁ ବଞ୍ଚାଉଥିଲେ। ଆଉ ଏବେ ବିପକ୍ଷରେ ଥାଇ ଧାରଣା ଦେଉଛନ୍ତି।
Last Updated : Dec 8, 2019, 7:53 PM IST