ହାଇଦ୍ରାବାଦ: ବାତ୍ୟା ନିଭାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେଲା । ଭୟଙ୍କର ବାତ୍ୟାର ରୂପ ନେଇ ସମୁଦ୍ରକୂଳ ଆଡକୁ ମାଡିଆସୁଛି ବାତ୍ୟା 'ନିଭାର' । ବର୍ତ୍ତମାନ ଲ୍ୟାଣ୍ଡଫଳ ସ୍ଥଳରୁ 50 କିମି ଦୂରରେ ରହିଛି ବତ୍ୟା ନିଭାର । ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।
ଭୟଙ୍କର ବାତ୍ୟା ନିଭାର ବର୍ତ୍ତମାନ କୁଡାଲୋରର ପ୍ରାୟ 50 କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ, ପୁଡୁଚେରୀରୁ ପୁଡୁଚେରୀର ପ୍ରାୟ 40 କିଲୋମିଟର ପୂର୍ବ-ପୂର୍ବରେ ଅବସ୍ଥିତି ରହିଛି | ବର୍ତ୍ତମାନ ଲ୍ୟାଣ୍ଡଫଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ 3 ଘଣ୍ଟା ମଧ୍ୟରେ ବାତ୍ୟା ନିଭାର ପୁଡୁଚେରୀ ନିକଟରେ ଉପକୂଳ ଅତିକ୍ରମ କରିବାକୁ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଘଣ୍ଟାକୁ ଏହା 120-130 ରୁ 145 ପର୍ଯ୍ୟନ୍ତ ବେଗରେ ପବନ ବହିବା ଆଶଙ୍କା କରାଯାଉଛି ।
ବାତ୍ୟାର ଭୟଙ୍କର ରୂପକୁ ପୂର୍ବ ସୂଚନା ଅନୁଯାୟୀ ମମଲ୍ଲାପୁର ଓ କରାଇକୋଲ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଲ୍ୟାଣ୍ଡଫଲ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ତାମିଲନାଡୁରୁ ପାଖାପାଖି ଲକ୍ଷେ ଓ ପୁଡୁଚେରୀରୁ 1000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଏନଡିଆରଏଫ ଡିଜି ଏସଏନ ପ୍ରଧାନ ସୂଚନା ଦେଇଛନ୍ତି ।